ମିଳୁନି ଦରମା, ଗଣଧାରଣା ଦେଇଛନ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ

1 min read

କୋଣାର୍କ : ମିଳୁନି ଦରମା, ଶୁଣୁନାହାନ୍ତି ସରକାର। ପ୍ରତିବାଦରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ପରିସରରେ ଗଣଧାରଣା ଦେଇଛନ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ। ସେମାନଙ୍କର ପେଟରେ ଭୋକ, ମନରେ କୋହ। ୬ମାସ ହେଲା  ଦରମା ମିଳିନି। ଦୁର୍ଦ୍ଦିନ ଭିତରେ ପରିବାର। ପାର୍ବଣରେ ଦରମା ମିଳିନି। ତେଣୁ ୪ ଦିନ ହେଲା ବ୍ଲକ ପରିସରରେ ଧାରଣା ଦେଇଛନ୍ତି ଜିପିଏଲଏଫ କର୍ମୀ ସଂଘ । ଜୀବିକା ମିଶନ ଓ ବିଡ଼ିଓ ଙ୍କ ଅଫିସ ଆଗରେ ଶତାଧିକ କମ୍ଯୁନିଟି ସପୋର୍ଟ ଷ୍ଟାଫ ଆନ୍ଦୋଳନ କରୁଛନ୍ତି। ଠିକ୍ ସମୟରେ ଦରମା ସହିତ ଦକ୍ଷତା ଅନୁସାରେ ନୁହେଁ, ବରଂ ଫିକ୍ସ ଦରମା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ୨୦୦୯ ମସିହାରୁ ଏମାନେ ବିଭିନ୍ନ ଜିଲ୍ଲାରୁ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ କାମ କରୁଛନ୍ତି। ଏବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ସଂଘ। MBK, CRP, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, LSP ର ସମସ୍ତ ୬ କମ୍ୟୁନିଟି ସପୋର୍ଟ ଷ୍ଟାଫ ୬ ମାସ ହେଲା ପାଇ ନାହାନ୍ତି ଦରମା। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୨ ଶହ କର୍ମୀ, କାକଟପୁର ବ୍ଲକର ୭୦ରୁ ଅଧିକ କର୍ମୀ ଧାରଣାରେ ବସିଛନ୍ତି।