spot_img

Latest Posts

କୋରାପୁଟ ଜିଲ୍ଲା ନିମାଲଗାଡ଼ାରେ ଫୁଟୁଛି ଡାଲିଆ ଫୁଲ ଆନ୍ଧ୍ରପ୍ରଦେଶରେ ହେଉଛି ବିକ୍ରି

ନନ୍ଦିଘୋଷ ବ୍ୟୁରୋ :ସବୁଜ ବନାନୀ । ଆଉ ତାହାରି ଭିତରେ ଦୋଳି ଖେଳୁଛି ଲାଲ ଟହଟହ ଡାଲିଆ ଫୁଲ । ଯିଏ ଦେଖୁଛି ଘଡ଼ିଏ ଅଟକି ଯାଉଛି । ଏ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ନିମାଲଗାଡ଼ା ଗାଁର ଦୃଶ୍ୟ । ଯେଉଁ ଜମିରେ ଦିନେ ପନିପରିବା ଚାଷ ହେଉଥିଲା । ସେହି ଜମି ପାଲଟିଛି ଫୁଲର ବଗିଚା । ନିମାଲଗାଡା ଗାଁର ଚାଷୀ ମାନେ କରୁଛନ୍ତି ଡାଲିଆ ଫୁଲ ଚାଷ।…

ଚାଷୀ ବହୁ ପରିଶ୍ରମ କରି ଫୁଲ ଚାଷ କରୁଛନ୍ତି । ହେଲେ ନିମାଲଗାଡାରେ ଫୁଲର ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା ନାହିଁ । ଫଳରେ ଫୁଲକୁ ଆନ୍ଧ୍ର ପଠାଯାଉଛି । ଏହି ଅଞ୍ଚଳରେ ବଜାର ବ୍ୟବସ୍ଥା ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି । ପ୍ରଶାସନ ପକ୍ଷରୁ ଫୁଲ ଚାଷୀଙ୍କ ପାଇଁ କେବେ ବଜାର ବ୍ୟବସ୍ଥା କରାଯାଉଛି ? ଚାଷୀ କେବେ ସୁରୁଖୁରରେ ଫୁଲ ବିକ୍ରି ଲାଭବାନ ହେଉଛନ୍ତି ? ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।..

ଚାଷୀ ଫୁଲ ଚାଷ କରି ଆୟ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ବିକ୍ରିବଟା ବ୍ୟବସ୍ଥା ନଥିବାରୁ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

Latest Posts

Don't Miss