spot_img

Latest Posts

କୋରାପୁଟ କୋଟିଆରେ ତେନ୍ତୁଳି ଚାଷୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ

ଦୁଃଖ ଦେଉଛି ଅଭାବୀ ବିକ୍ରି । ଆନ୍ଧ୍ରକୁ ଯାଉଛି ଓଡ଼ିଶା ତେନ୍ତୁଳି । କୋରାପୁଟ କୋଟିଆରେ ତେନ୍ତୁଳି ଚାଷୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ। ବଜାର ବ୍ୟବସ୍ଥା ନଥିବାରୁ ଶାଗ ମାଛ ଦରରେ କରୁଛନ୍ତି ବ୍ରିକି । ଫାଇଦା ନେଉଛନ୍ତି ଆନ୍ଧ୍ର ବେପାରୀ । କୋଟିଆ ପଞ୍ଚାୟତର ଅଧିକାଂଶ ସୀମାନ୍ତ ଗାଁ ଗୁଡିକରେ ପ୍ରଚୁର ମାତ୍ରାରେ ତେନ୍ତୁଳି ଅମଳ ହୋଇଥାଏ। ଅମଳ ତେନ୍ତୁଳିକୁ ୪୦ କିମି ଦୂର ପଟ୍ଟାଙ୍ଗି କୁନ୍ଦୁଲି ହାଟପଦାକୁ ଆଣି ବିକ୍ରି କରିବାକୁ ପଡ଼ିଥାଏ। ଅଧିକାଂଶ ଟଙ୍କା ଗାଡ଼ି ଭଡ଼ାରେ ଚାଲିଯାଉଥିବାରୁ ଏହାର ଫାଇଦା ନେଉଛନ୍ତି ଆନ୍ଧ୍ର ବେପାରୀ। ଗାଁ ଗୁଡ଼ିକରେ ଅନୁପ୍ରବେଶ କରି ଶାଗ ମାଛ ଦରରେ ତେନ୍ତୁଳି କିଣି ଅଧିକ ଦରରେ ଆନ୍ଧ୍ରରେ ବିକ୍ରି କରୁଥିବା ଜଣାପଡ଼ିଛି।

ଜଙ୍ଗଲ ପାହାଡ଼ ଘେରା କୋଟିଆ ।ଜଙ୍ଗଲ ଜାତ ଦ୍ରବ୍ୟର ଉତ୍ପାଦନ ତୁଳନାରେ ଏଠାରେ କିଣା ବିକା କମ। ଚାଷୀ ଗଛ ଜଗିବା ସହ ତେନ୍ତୁଳି ତୋଳି ଚୋପା ଛଡେଇ ମଞ୍ଜି କାଢ଼ି ଶୁଖାଇ ବିକ୍ରି ପାଇଁ ପ୍ରସ୍ତୁତ କରିଥାଏ। ହେଲେ କିଣିବାକୁ ଓଡିଶା ବେପାରୀ କେହି ନାହାନ୍ତି। ସରକାର ତେନ୍ତୁଳି ସଂରକ୍ଷଣ ଓ କିଣିବାର ବ୍ୟବସ୍ଥା କଲେ କୋଟିଆ ବାସୀ ଉଚିତ ମୂଲ୍ୟରେ ତେନ୍ତୁଳି ବିକ୍ରି କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇପାରନ୍ତା ବୋଲି ଅଞ୍ଚଳ ବାସୀ କହିଛନ୍ତି ।

Latest Posts

Don't Miss