spot_img

Latest Posts

ଜୟପୁରରେ ଆୟୋଜିତ ହେଲା କୃଷିମେଳା

ଜୟପୁର : କୋରାପୁଟ ଜିଲ୍ଲାରେ ବଢ଼ିବ କୃଷି ଉତ୍ପାଦ । ହଳ ଲଙ୍ଗଳ ଛାଡ଼ି ଅତ୍ଯାଧୁନିକ ଜ୍ଞାନ କୌଶଳର ହେବ ଉପଯୋଗ । ଏଥିପାଇଁ ଯନ୍ତ୍ରପାତିର ପ୍ରଦର୍ଶନ ସହ ଚାଷୀଙ୍କୁ ମିଳୁଛି ପ୍ରଶିକ୍ଷଣ । ଏଥିପାଇଁ ଜୟପୁରରେ ଆୟୋଜିତ ହୋଇଛି ଉପଖଣ୍ଡସ୍ତରୀୟ କୃଷି ମେଳା । ଉନ୍ନତମାନର ଯନ୍ତ୍ରପାତି ବ୍ଯବହାର ରସହ ଚାଷୀଙ୍କୁ ଏହାର ଜ୍ଞାନ ପ୍ରଦାନ ସହ ଯୋଗାଇ ଦିଆଯାଉଛି ସବସିଡ୍ । ମେଳାରେ ଚାଷୀଙ୍କୁ ନୂତନ ଚାଷ ପ୍ରଣାଳୀ ଶିକ୍ଷା ଦେବାସହ କୃଷୀ ବିଭାଗ ସହିତ ଅନ୍ୟ ବିଭାଗର ବିଷେଶଜ୍ଞ ମାନେ ତାଲିମ ଦେଇଛନ୍ତି । ଡ୍ରୋନ ମାଧ୍ଯମରେ କୀଟନାସକ ସ୍ପ୍ରେ, ଉନ୍ନତ କୃଷି ଯନ୍ତ୍ରପାତିର ବ୍ଯବହାର ଦେଖି ଉତ୍ସାହିତ ହୋଇଛନ୍ତି ଚାଷୀ ।

କୋରାପୁଟ ଏକ କୃଷି ପ୍ରଧାନ ଜିଲ୍ଲା । ଏଠାରେ ପ୍ରାୟ ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଜିଲ୍ଲାରେ ଧାନ ସହିତ ମାଣ୍ଡିଆ ଚାଷକୁ ଗୁରୁତ୍ବ ଦେଇଆସୁଛି କୃଷି ବିଭାଗ । ତେଣୁ ବିଭାଗ ପକ୍ଷରୁ ଏହି ପ୍ରକାର ମେଳା ମାଧ୍ୟମରେ ଚାଷୀ ଉନ୍ନମାନର ଚାଷ ପ୍ରଣାଳି ଶିଖିବା ସହିତ ଚାଷ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରାଯାଇଛି । ବିଶେଷଜ୍ଞଙ୍କ ପରାମର୍ଶ ପାଇବା ସହ ଯନ୍ତ୍ରପାତି ଉପରେ ଚାଷୀଙ୍କୁ ସବସିଡ୍ ଯୋଗାଇ ଦିଆଯାଉଛି । କୋରାପୁଟ ଜିଲ୍ଲାରେ କୃଷି କ୍ଷେତ୍ରରେ ଆଗକୁ ଆଣିବା ପାଇଁ ଏହି ମେଳା ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି ଚାଷୀ ।

Latest Posts

Don't Miss