ସୁସ୍ୱାଦୁ ଖାଇବା ରୋଷେଇ ନ କରିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ମୁମ୍ବାଇ: ରୋଷେଇ ସୁସ୍ୱାଦୁ ନହେବାରୁ ମଣିଷ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ମୁମ୍ବାଇର ଦହିସର ଅଞ୍ଚଳରେ । ଖାଦ୍ୟ ସୁସ୍ୱାଦୁ ହୋଇ ନ ଥିବାରୁ ଜଣେ ଶ୍ରମିକ ତାଙ୍କ ୨୭ ବର୍ଷୀୟ ସାଙ୍ଗକୁ ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତଙ୍କ ଭଳି ପୀଡ଼ିତ ମଧ୍ୟ ଜଣେ ଶ୍ରମିକ ଥିଲେ। ଅଭିଯୁକ୍ତଙ୍କ ଆଶାନୁଯାୟୀ ରୋଷେଇ କରିବାରେ ବିଫଳ ହୋଇଥିଲେ ପୀଡ଼ିତ। ଏହା ପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ବେଲ୍‌ଚାରେ ପୀଡ଼ିତଙ୍କ ମୁଣ୍ଡକୁ ପିଟିଦେଇଥିଲେ ଅଭିଯୁକ୍ତ।

ଘଟଣା ସ୍ଥଳରେ ହିଁ ରୋଷେଇ କରିଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ଆଉ ଜଣେ ଶ୍ରମିକ ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply