ବଦଳିବ ତାଳସାରି ବେଳାଭୂମିର ରୂପରେଖ, ୩୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

1 min read
Talsari

ଭୁବନେଶ୍ୱର: ତାଳସାରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ୩୬କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳସାରି ବେଳାଭୂମିର ରୂପରେଖ । ଚନ୍ଦନେଶ୍ଵର-ଉଦୟପୁର ତାଳସାରି ବେଳାଭୂମିର ଚାରିପାଖ ହେବ ଆଲୋକୀକରଣ । ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ । ଏଥିପାଇଁ ଭିଡିଓ କନଫରେନ୍ସ ଜରିଆରେ ୩୬ କୋଟି ଟଙ୍କା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଚନ୍ଦ୍ରଭାଗା ଓ ତାଳସାରିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳିର ରୂପ ଦେବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଯୋଡିବା ପାଇଁ ପ୍ରସ୍ତୁତ ଏଭଳି ଉଚ୍ଚାଭିଳାଷ ଯୋଜନା କରାଯାଇଛି । ତାଳସାରି ବେଳାଭୂମିରେ ଏକାଧିକ ଦିନ ରହଣି ବ୍ୟବସ୍ଥା ହେବା ସହ ୨.୪ କିମି ଅଞ୍ଚଳକୁ ବିକଶିତ କରାଯିବ । ତାରକା ଓ ବଜେଟ୍‌ ହୋଟେଲ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ସହିତ ନିର୍ମାଣ ହେବ ପ୍ୟାଭିଲିୟନ, ବର୍ଷା ଆଶ୍ରୟସ୍ଥଳ, କିଓସ୍କ । ସେହିଭଳି ସିଟିଂ ଆଇଲ୍ୟାଣ୍ଡ, ସୋଲାର ଫଟୋ ଭୋଲଟିକ୍ ପ୍ୟାନେଲ୍‌ସ ନିର୍ମାଣ ହେବ । ଆମ୍ପିଥିଏଟର, ରେସ୍ତୋରାଁ, କ୍ରାଫ୍ଟ ପ୍ଲାଜା ତିଆରି ହେବାକୁ ମଧ୍ୟ ଯୋଜନା ହୋଇଛି । ୨୦୨୧ ଅକ୍ଟୋବର ସୁଦ୍ଧା ଭିତ୍ତିଭୂମି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Talsari

ଅନ୍ୟପଟେ ଚନ୍ଦ୍ରଭାଗା ବେଳାଭୂମିରେ ୧ କିମି ବ୍ୟାପୀ ଅଞ୍ଚଳର ବିକାଶ କରାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ପ୍ରସ୍ତୁତି ହୋଇଛି ମାଷ୍ଟରପ୍ଲାନ୍‌ । ବେଳାଭୂମିରେ ଜଳକ୍ରୀଡ଼ା, ଆମୋଦ ପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍ ନିର୍ମାଣ କରାଯିବ । ସମୁଦ୍ର କୂଳେ କୂଳେ କାଠ ଚଲାପଥ, ମୁକ୍ତାକାଶ ରଂଗମଞ୍ଚ ମଧ୍ୟ ନିର୍ମାଣ ହେବାକୁ ଯୋଜନା କରାଯାଇଛି । ଛୋଟ ପିଲାଙ୍କ ଖେଳ ପାଇଁ ସ୍ୱତନ୍ତ୍ର ଅଞ୍ଚଳ ଓ ସୂର୍ଯ୍ୟୋଦୟ ଦେଖିବାକୁ ମଂଚ ପ୍ରସ୍ତୁତ କରାଯିବ । ଦୁଃସାହସିକ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଏଠାରେ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବି ରହିବ । ଲ୍ୟାଣ୍ଡସ୍କାପିଂ, ବାଲି ସୁରକ୍ଷା ବ୍ୟବସ୍ଥା ଓ ସୌର ଆଲୋକର ମଧ୍ୟ ସୁବିଧା ରହିବ । ଏଥିପାଇଁ ସ୍ଥାନୀୟ ଲୋକଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରାଯିବ । ବର୍ଷକ ମଧ୍ୟରେ ସମଗ୍ର ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି ଗଞ୍ଜାମ ଜିଲ୍ଲା ହିଞ୍ଚିଳିକାଟୁରେ ୨୮କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ RMC ପରିସରରେ ୧୬କୋଟି ୭୭ଲକ୍ଷ ୪୧ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩କୋଟି ୨୧ଲକ୍ଷ ୭୬ ହଜାର ଟଙ୍କାରେ ନିର୍ମିତ ବସ୍‌ ଟର୍ମିନାଲ, ୮୫ଲକ୍ଷ ୫୬ହଜାର ଟଙ୍କାରେ ନିର୍ମିତ RMC ମାର୍କେଟ କମ୍ପ୍ଲେକ୍ସ, ୧ କୋଟି ୬୨ଲକ୍ଷ ୬୯ହଜାର ଟଙ୍କାରେ ନିର୍ମିତ ନେତାଜୀ ପାର୍କ, ୧ କୋଟି ୧୩ ଲକ୍ଷ ୧୧ ଟଙ୍କାରେ ଅତ୍ୟାଧୁନିକ ଆମିଷ ବଜାର ଓ ୪୦ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ଅବସରେ ନବୀନ କହିଛନ୍ତି, କରୋନା ବିରୋଧରେ ଗଞ୍ଜାମ ଜିଲ୍ଲା ସାହସର ସହ ଲଢ଼ିଛି । ଗଞ୍ଜାମର ସଫଳତା ସାରା ବିଶ୍ୱ ପାଇଁ ଉଦାହରଣ । ଏବେସୁଦ୍ଧା କରୋନା ଦୂର ହୋଇନାହିଁ, ଏଣୁ ଆମକୁ ସାବଧାନ ହୋଇ ଚଳିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନେ ଏ ଜାତିର ଭବିଷ୍ୟତ, ଦେଶର ଭବିଷ୍ୟତ । ଶିକ୍ଷା କ୍ଷେତ୍ରରେ ହିଞ୍ଜିଳିକାଟୁ ଆଗକୁ ଯାଉ, ଏହା ମୋର ଲକ୍ଷ୍ୟ ବୋଲି କହିଛନ୍ତି ନବୀନ ।

Leave a Reply