ପତ୍ନୀ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ

ଧର୍ମଗଡ଼: ପତ୍ନିହନ୍ତାକୁ ଆଜୀବନ କାରାଦଣ୍ଡାଦେଶ । ପରକୀୟା ପ୍ରୀତିକୁ ନେଇ ସନ୍ଦେହରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ ଜିଲ୍ଲା ଦୌରା ଜଜ । ଜୟପାଟଣା ଥାନା କୁହୁରିଗୁମା ଗାଁରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । କୁହୁରିଗୁମା ଗାଁର ଅଗସ୍ତି ମାଝୀ ସ୍ତ୍ରୀକୁ ଅନ୍ୟ ପୁରୁଷ ସହିତ ସମ୍ପର୍କ ଥିବା ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଆଜି ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ଧର୍ମଗଡ ଜିଲ୍ଲା ଦୌରା ଜଜ ହତ୍ୟାକାରୀ ଅଗସ୍ତି ମାଝୀକୁ ଆଜୀବନ କାରାଦଣ୍ଡ ସହିତ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି ।