କ୍ୱାରେଣ୍ଟାଇନ୍ ବାଲା ଲଭ୍ ଷ୍ଟୋରୀ : ପ୍ରେମ ପାଇଁ ଘର ଛାଡିଥିଲେ,କରୋନା ପାଇଁ ମିଳିଲା ସାମାଜିକ ସ୍ୱୀକୃତି

କୋଣାର୍କ: ପ୍ରେମ ଘରଠାରୁ ଦୁରେଇ ନେଇଥିଲା । କରୋନା ଘରକୁ ଫେରାଇ ଆଣିଛି । କରୋନା ଦୁଇ ଜଣଙ୍କୁ ସାତଜନ୍ମ ପାଇଁ ଏକାକାର କରିଦେଇଛି ।  ପ୍ରେମ ରାସ୍ତରେ ପରିବାର,ସମାଜ ପ୍ରତିବନ୍ଧକ ଥିଲା,ତେଣୁ ସେମାନେ ଦୁଇ ଜଣ ଲୁଚିକରି ଭିଟାମାଟି ଛାଡିଥିଲେ । କିନ୍ତୁ କରୋନା ଘରକୁ ଫେରିବାକୁ ବାଧ୍ୟ କରିଥିଲା । ଆଉ ସେଇ କରୋନା ପାଇଁ ଉଭୟଙ୍କ ସମ୍ପର୍କକୁ ମିଳିଛି ସାମାଜିକ ସ୍ୱୀକତି । ଲୋକ କହୁଛନ୍ତି..କରୋନା ପାଇଁ ଜିତିଗଲା ପ୍ରେମ ।

ପ୍ରେମ ହେଉଛି ସାଶ୍ୱତ । ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ ।  ପ୍ରେମକୁ ସାର୍ଥକ କରିବାକୁ ହେଲେ ଆମକୁ ଦୁନିଆ ସହ ମଧ୍ୟ ଲଢ଼ିବାକୁ ପଡ଼େ । କାରଣ ପ୍ରେମ ଏଭଳି ଏକ ସମ୍ପର୍କ ଯାହାକୁ ନଲଢି ତମେ କେବେ ଯିତି ପାରିବନି । ଆଉ ଏହି ଲଢ଼େଇରେ ପ୍ରେମୀ ଯୁଗଳଙ୍କ ପାଇଁ ଅସ୍ତ୍ର ସାଜିଲା କରୋନା ।  ପ୍ରେମକୁ ଘର ଲୋକ ସ୍ୱୀକୃତି ଦେଇନଥିଲେ । ହେଲେ କରୋନା ଏବେ ଏମାନଙ୍କୁ ଏକ୍‌ କରିଦେଇଛି । ଯେତେବେଳେ ଘରେ ପ୍ରେମର ବିରୋଧ ହେଲେ ସେତେବଳେ ପ୍ରେମ ଚଢ଼େଇ ଉଡ଼ିଗଲେ ଦୁର ରାଇଜକୁ । ଆଉ କରୋନା କାଳରେ ଘରକୁ ଫେରିବା ପାଇଁ ରହିବାକୁ ପଡିଲା କରୋନା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ । ସେଇ କେନ୍ଦ୍ରରେ ଏବେ ସେମାନେ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ।  ନିମାପଡା ନକ୍ସା ସଂଗରୋଧ କେନ୍ଦ୍ରରୁ ଆସିଛି ଏପରି ନିଆରା ଚିତ୍ର । ପ୍ରେମ ପାଇଁ ଘରୁ ପଳାଇଥିବା ଦୁଇଜଣ ପ୍ରେମୀ ଯୁଗଳ ଲକଡାଉନ ପରେ ଘରକୁ ଫେରିବା ପରେ କ୍ୱାରେଣ୍ଟାଇ ସେଣ୍ଟରରେ ବିବାହ କରିଛନ୍ତି ।

ସୂଚନା ଅନୁଯାୟୀ, ଶଗଡା ଗାଁର ସୌରଭ ଦାସ ଓ ଡେଲାଙ୍ଗ ଘୋରଡିଆ ଗାଁ ପିଙ୍କି ଦାସଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ହେଲେ ପରିବାର ସ୍ୱୀକୃତି ନମିଳିବାରୁ ଉଭୟ ଗୁଜୁରାଟର ଅହମଦାବାଦକୁ ପଳାଇଥିଲେ । ଘର ଛାଡିବାର ମାତ୍ର ୪ ମାସ ପରେ କରୋନା କଟକଣା ଲାକଡାଉନ ପାଇଁ ଉଭୟ ଫସି ରହିଥିଲେ । ଲକଡାଉନ ପାଇଁ ସବୁଠି ତାଲା ବନ୍ଦ ହେବାରୁ ଉଭୟ ଗତ ୧୦ ତାରିଖରେ ଓଡ଼ିଶା ଫେରିଆସିଥିଲେ । ଆସିବା ପରେ ସେମାନଙ୍କୁ ଶଗଡାସ୍ଥିତ ଅଙ୍ଗନୱାଡ଼ି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ୧୪ ଦିନ ପୂରଣ କରି ସେମାନେ ସେଣ୍ଟର ଛାଡିଥିଲେ । ସ୍ଥାନୀୟ ଲୋକେ ଏବଂ ସେଣ୍ଟରର ଅଧିକାରୀ ସେମାନଙ୍କ ବିଷୟରେ ସବୁ ଜାଣିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ସେମାନଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।  ରୀତିନୀତି ଅନୁସାରେ ସେମାନଙ୍କର ବିବାହ ସରିବା ପରେ ଉଭୟଙ୍କ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଥିଲେ ।

Leave a Reply