ଆରମ୍ଭ ହେଲା ମା‘ ତାରାତାରିଣୀଙ୍କ ଚୈତ୍ର ଯାତ୍ରା

ପୁରୁଷୋତ୍ତମପୁର: ଆଜିଠୁ ଆରମ୍ଭ ହେଉଛି ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ  ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ପାଞ୍ଚଟି ମଙ୍ଗଳବାରରେ ପାଳନ ହେବ ଏହି ପର୍ବ । ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ମାନସିକ ରଖିବା ସହିତ ଦର୍ଶନ କରିବେ । ତେବେ କରୋନା ସଂକ୍ରମଣ ବଢୁଥିବାରୁ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଗାଇଡଲାଇନ୍ ଜାରି କରିଛି । ପାହାଡ଼ ଉପରେ ମାଆଙ୍କ ନିକଟରେ ମୁଣ୍ଡନକୁ ବାରଣ କରାଯାଇଥିବା ବେଳେ କେବଳ ଦର୍ଶନକୁ ଅନୁମତି ମିଳିଛି । ଦର୍ଶନ ବେଳେ ସାମାଜିକ ଗୁରୁତ୍ବ ସହ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି । ଏହା ସହ ଯାତ୍ରା ଶାନ୍ତିଶୃଙ୍ଖଳାରେ କରିବା ପାଇଁ ୩ ଜଣ ଆଡିସିନାଲ ଏସ୍.ପି, ୩ଜଣ ଡି.ଏସ୍.ପି, ୧୨ଜଣ ଆଇ.ଆଇ.ସି  ନିୟୋଜିତ ହୋଇଛନ୍ତି । ୧୪ ସବ୍ ଇନ୍ସପେକ୍ଟର, ୬୨ ଏ.ଏସ୍.ଆଇଙ୍କ ସମେତ ୯ ପ୍ଳାଟୁନ୍ ପୋଲିସ ଫୋର୍ସ ଓ ୧୮୦ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଖାଇବାକୁ ଗଲା ମୂଷା, ଫସିଗଲା ନାଗ

Leave a Reply