spot_img

Latest Posts

ଖରାଦିନ ଆରମ୍ଭରୁ ଶୁଖିଗଲାଣି ମହାନଦୀ

ଭୁବନେଶ୍ବର : ସଂକଟରେ ଓଡ଼ିଶାର ଜୀବନରେଖା । ମରୁଭୂମି ପାଲଟିଲାଣି ମହାନଦୀ ଗର୍ଭ । ହୀରାକୁଦ ଜଳଭଣ୍ଡାର ପ୍ରତି ବଢୁଛି ବିପଦ । ରେକର୍ଡ ଭାଙ୍ଗିଲା ସର୍ବନିମ୍ନ ଜଳ ପ୍ରବାହ । ଆଶା ଆଶଂକାରେ ନଈକୂଳିଆବାସୀ । ଟିକିଏ ଭଲଭାବେ ଦେଖନ୍ତୁ ଏହି ଦୃଶ୍ୟ । ଇଏ ହେଉଛି ହୀରାକୁଦ ଠାରୁ ମାତ୍ର ୧୦ କିଲୋମିଟର ଦୂରର ଭିଜୁଆଲ । ସମ୍ପୂର୍ଣ ଶୁଖି ଗଲାଣି ସମଗ୍ର ମହାନଦୀ । କଙ୍କାଳସାର ପୂର୍ଣ୍ଣଗର୍ଭା ସ୍ରୋତସ୍ବିନୀ ମହାନଦୀ । ଯେଉଁଠି ଦିନେ ଅକାତ କାତ ପାଣି ଥିଲା ଆଜି ସେଠାରେ ମରୁଭୂମିର ଭ୍ରମ ସୃଷ୍ଟି ହେଲାଣି । ସବୁଠି କେବଳ ପଥର ଆଉ ପଥର । ଛତିଶଗଡ଼ର ଦାଦାଗିରି ଯୋଗୁଁ ଆଜି ଲୀନ ହେବାକୁ ବସିଲାଣି ଓଡ଼ିଶାର ଜୀବନରେଖା । ଯାହାକୁ ନେଇ ଆଶା ଆଶଂକାରେ ନଈକୂଳିଆ ଗ୍ରାମବାସୀ ।

ଖରାଦିନ ଆରମ୍ଭ ହୋଇନି । ଏବେଠୁ ରେକର୍ଡ ଭାଙ୍ଗିଲାଣି ନିମ୍ନ ଜଳ ପ୍ରବାହ ।ସବୁଠାରୁ ବଡ଼କଥା ହେଲା, ହୀରାକୁଦ ଜଳଭଣ୍ଡାର ପାଇଁ ୫ ହଜାର ଘନଫୁଟ ଜଳ ଆବଶ୍ୟକ ଥିବାବେଳେ ଆସୁଛି କେବଳ ୫୮୩ ଘନଫୁଟ । ଫଳରେ ଜଳଭଣ୍ଡାର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଯାହା ଚିନ୍ତାକୁ ଆହୁରି ବଢାଇ ଦେଇଛି । ଜକ ଭଣ୍ଡାରର ଜଳସ୍ତର ୬୨୧ ଫୁଟ କୁ ଖସି ଆସିଲାଣି । ଛତିଶଗଡ଼ ସରକାରଙ୍କ ସହ ମନ୍ତ୍ରୀ ସ୍ତରୀୟ କମିଟିର ଆଲୋଚନା ଜାରି ରହିଛି । ଦିଲ୍ଲୀରେ ୩ ଥର ସଚିବ ସ୍ତରୀୟ ବୈଠକ ହୋଇଛି । ୧୧ ଥର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହୋଇଛି । ହେଲେ ସମସ୍ୟାର ସମାଧାନର କୌଣସି ଆଶା ଦେଖାଯାଉ ନଥିବାରୁ ଚିନ୍ତାରେ ଲୋକେ ।

Latest Posts

Don't Miss