ମାହାଙ୍ଗା ଡବଲ ମର୍ଡର ମାମଲା: ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ

1 min read

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା ଓ ୨୦୧୮ମସିହା ବିକାଶ ଜେନା ମର୍ଡର କେସ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସନ୍ଦେହ ଜନକ ମୃତ୍ୟୁ । କଣ୍ଟେନର ତଳୁ ମୃତଦେହ ଉଦ୍ଧାର କଲା କଟକ ଟାଙ୍ଗୀ ପୋଲିସ। ଘଟଣାସ୍ଥଳରୁ ତାଙ୍କ ବାଇକ, ମୋବାଇଲ ଫୋନ ଉଦ୍ଧାର ହୋଇଛି  । ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଲା ପୋଲିସ। ଟାଙ୍ଗୀ ଥାନା ଗୋବିନ୍ଦପୁର ଠାରେ ଘଟିଛି ଘଟଣା । ଏନେଇ ପୋଲିସ ପକ୍ଷରୁ ପ୍ରିତକ୍ରିୟା ମିଳିପାରିନି । ସେପଟେ ମାହାଙ୍ଗା ମର୍ଡର କେସରେ ମୋଟ ୧୩ଜଣଙ୍କ ନାମ ଥିବାବେଳେ ସେଥିମଧ୍ୟରୁ ୯ଜଣ ଗିରଫ ହୋଇଛନ୍ତି ।

ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦- ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ । କୁଳମଣି ଘଟଣାସ୍ଥଲରେ ଓ ଦିବ୍ୟସିଂହ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ । ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଥିଲା ପୋଲିସ ।  ଏଯାବତ୍ ପୋଲିସ ସମ୍ପୃକ୍ତ ମାମଲାରେ ମୋଟ ୯ ଜଣଙ୍କୁ ଗିରଫ କରିସାରିଛି ।

ଏଥିସହିତ ପଢ଼ନ୍ତୁ: ‘ରାଜନୀତିକ ହିଂସା ଘଟଣାରେ ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ରାଜ୍ୟ ସରକାର’

Leave a Reply