ଖୁବ୍ ଶୀଘ୍ର କମିବ ପେଟ୍ରୋଲ ଓ ଡିଜେଲ ଦର, ସୂଚନା ଦେଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ ଦର । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତୈଳ ଦର ହ୍ରାସ ନେଇ ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି । ଦରହ୍ରାସ ସମ୍ପର୍କରେ ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦ ଟଙ୍କା କମିବ ବୋଲି ସୂଚନା ମିଳିଛି । ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସ ହୋଇଥିବାରୁ ଭାରତରେ ବି ତୈଳ ଦର କମିବ ।

ଗତ ମେ ୨୦୨୨ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲ ଉପରୁ ୬ଟଙ୍କା କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ କରିଥିଲେ । ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୬ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଦର ଅଛି ୮୯ ଟଙ୍କା ୬୨ ପଇସା । ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୬ ଟଙ୍କା ରହିଛି ।