୫୦ ହଜାରରୁ ଅଧିକ ଚେକ୍ ପେମେଣ୍ଟ୍ କରୁଛନ୍ତି କି ? ତେବେ ଜାନୁଆରୀ ୧ ରୁ RBIର ନୂଆ ନିୟମ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଭଳି ଏକ ନିଷ୍ପତ୍ତି ଯେଉଁଥିରେ ବ୍ୟାଙ୍କରେ ଚେକ୍‌କୁ ନେଇ ହେଉଥିବା ଠକେଇକୁ ରୋଯାଇପାରିବ ।  ଆରବିଆଇ କହିଛି ଯେ ୨୦୨୧ ଜାନୁୟାରୀ ୧ ଠାରୁ ଚେକ୍‌ରେ ପଜିଟିଭ ପେ ସିଷ୍ଟମ ବ୍ୟବସ୍ଥାକୁ ଆରମ୍ଭ କରାଯିବ । ଏହି ପଜିଟିଭ ପେ ସିଷ୍ଟମ କଣ ଆସନ୍ତୁ ଜାଣିବା ..

ପଜିଟିଭ୍ ପେ ସିଷ୍ଟମ୍ ଅଧୀନରେ ୫୦,୦୦୦ରୁ ଅଧିକ ପେଡ୍ ହେଉଥିବା ଚେକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେମାନଙ୍କୁ ଚେକକୁ ନେଇ ଦୁଇଥର ନିଶ୍ଚିତ କରିବା ଆବଶ୍ୟକ ରହିଛି । ଏହି ସିଷ୍ଟମରେ, ଚେକ୍ ପ୍ରଦାନକାରୀଙ୍କୁ ଏସ୍‌ଏମ୍‌ଏସ୍‌, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ପରି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଚେକ୍ ବିଷୟରେ କିଛି ସର୍ବନିମ୍ନ ବିବରଣୀ ଦେବାକୁ ପଡିବ ।

ଏଥିରେ ତାରିଖ, ହିତାଧିକାରୀଙ୍କ ନାମ, ଦେୟ ଏବଂ ପରିମାଣ ବିଷୟରେ ସୂଚନା ଦେବାକୁ ପଡିବ । ଚେକ୍ ଉପସ୍ଥାପନ କରିବା ପୂର୍ବରୁ ଏହି ବିବରଣୀଗୁଡିକୁ ମ୍ୟାଚ କରାଯିବ । ଯଦି ଚେକ୍‌ ସମ୍ବନ୍ଧରେ କୌଣସି ତୃଟି  ଦେଖାଯାଏ ତେବେ ପେମେଣ୍ଟ ବ୍ୟାଙ୍କ ଏବଂ ଉପସ୍ଥାପନାକାରୀ ବ୍ୟାଙ୍କକୁ ସୂଚନା ଦିଆଯିବ । ଏହାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ ।

ଆରବିଆଇ ଅନୁଯାୟୀ, ଏହି ସୁବିଧା ପାଇବା ଆକାଉଣ୍ଟଧାରୀଙ୍କ ଉପରେ ନିର୍ଭର କରିବ । ତେବେ ୫ ଲକ୍ଷ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ପରିମାଣର ଚେକ୍ ପାଇଁ ବ୍ୟାଙ୍କଗୁଡିକ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରିପାରିବେ । ରିଜର୍ଭ ବ୍ୟାଙ୍କ କହିଛି ଯେ ଏହି ବ୍ୟବସ୍ଥା ୨୦୨୧ ଜାନୁୟାରୀ ୧  ରୁ କାର୍ଯ୍ୟକାରୀ ହେବ ।

ଗ୍ରାହକମାନଙ୍କୁ ଏସଏମଏସ ମାଧ୍ୟମରେ ଏ ବିଷୟରେ ଅବଗତ କରାଇବାକୁ କୁହାଯାଇଛି । ଏହା ସହିତ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଶାଖା, ଏଟିଏମ୍ ଏବଂ ସେମାନଙ୍କର ୱେବସାଇଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବେ ।

Leave a Reply