ବଣ୍ଡାଘାଟିରେ କରୋନା ସଂକ୍ରମିତ ଚିହ୍ନଟ ପରେ ଗ୍ରାଉଣ୍ଡରେ ଜିଲ୍ଲାପାଳ

Malkangiri Collector Visits Bonda Ghati After Corona Infected Found

ମାଲକାନଗିରି: ବଣ୍ଡାଘାଟିରେ ପହଞ୍ଚିଲେ ମାଲକାନଗିରି ଜିଲ୍ଲାପାଳ । ବଣ୍ଡାଘାଟିରେ ବସବାସ କରୁଥିବା ଆଦିମ ଅଧିବାସୀ କରୋନା ସଂକ୍ରମିତ ହେବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପହଞ୍ଚିଛନ୍ତି । ପ୍ରଶାସନର ସୂଚନା ଅନୁସାରେ, ବଣ୍ଡାଘାଟିରେ ୧୨ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟାମାନେ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ଆଦିମ ଜନଜାତି ବଣ୍ଡା ଆଦିବାସୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ସଜାଗ ରହିଛି । ବଣ୍ଡାଘାଟିରେ ମାଲକାନଗିରି ଜିଲ୍ଲାପାଙ୍କ ସହ ସିଡିଏମଓ ସ୍ଥିତି ପରଖୁଛନ୍ତି । କରୋନାରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନେଇ ଲୋକଙ୍କୁ ବୁଝାଉଛି ଜିଲ୍ଲା ପ୍ରଶାସନ । କାହାରି ଠାରେ କରୋନାର ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟିଂ କରିବାକୁ ପ୍ରଶାସନ ବଣ୍ଡାଘାଟିରେ ଥିବା ଲୋକଙ୍କୁ କହିଛି ।

Leave a Reply