ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀକୁ ଜଣାଇଲା, କିଏ ଏହି ପରପୁରୁଷ ?

1 min read

ନନ୍ଦିଘୋଷ ବ୍ୟୁରୋ: ହତ୍ୟା ହୋଇଛି କିନ୍ତୁ ହତ୍ୟାକାର କିଏ ?  ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀ ପାଖରେ କିଏ ଥିଲା ଏହି ପରପୁରୁଷ ? ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଯୁବକ ଜଣଙ୍କ କେମିତି ହେଲା ଆହତ ? ମହିଳାଙ୍କ ସହ କଣ ଥିଲା ଆହାତ ଯୁବକଙ୍କର ସମ୍ପର୍କ  । ଏମିତି ହଜାରେ ପ୍ରଶ୍ନ ଏବେ ଉଙ୍କି ମାରୁଛି  । ପ୍ରଶ୍ନର ବୁଢିଆଣୀ ଜାଲ ଭିତରେ ଛନ୍ଦି ହୋଇପଡିଛି ଆଜିର ଏହି ଚର୍ଚ୍ଚିତ ଘଟଣା ଟି  । ଭୁବନେଶ୍ୱରର ଭୀମଟାଙ୍ଗୀ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ଗୁରୁତର ଅବସ୍ଥାରେ ଆଉ ଜଣେ ପୁରୁଷଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କିନ୍ତୁ ଘଟଣାର ମୋଡ଼ ଏଇଠି ହିଁ ବଦଳିବାକୁ ବାଧ୍ୟ ହେଉଛି ଅର୍ଥାତ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି  । ବିବାହିତା ମହିଳା ଜଣଙ୍କ ପାଖରେ ଏହି ସନ୍ଦିଗ୍ଧ ଯୁବକ ଜଣଙ୍କ କିଏ  । ପୁଣି ଘରେ ସ୍ୱାମୀ ନଥିଲା ବେଳେ ଏହି ଯୁବକ ଜଣଙ୍କ କାହିଁକି ଯାଇଥିଲେ ମହିଳାଙ୍କ ପାଖକୁ  । ଏବଂ ହତ୍ୟା ପଛରେ ଉକ୍ତ ଯୁବକଙ୍କର ହାତ ନାହିଁ ତ ? କାରଣ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ଅଧିକାରୀଙ୍କ ସହ ଭୁବନେଶ୍ବର ଡିସିପି ପହଞ୍ଚି ଛାନଭିନ୍ କରୁଛନ୍ତି ।

#ପ୍ରିୟଦର୍ଶିନୀଙ୍କୁ ମାରିଲା କିଏ ?

ମିଳିଥିବା ସୂଚନା ମୁତାବକ ମୃତ ମହିଳା ଜଣଙ୍କ ହେଲେ ପ୍ରିୟଦର୍ଶିନୀ ସାହୁ । ସ୍ୱାମୀଙ୍କ ନାମ ରାକେଶ ସାହୁ  । ବିବାହକୁ ସାତ ବର୍ଷ ବିତିଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ କେବେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇନାହିଁ  । ସେପଟେ ତାଙ୍କର ଗୋଟିଏ ୩ ବର୍ଷର ଶିଶୁ ପୁତ୍ର ରହିଥିବା ଜଣାପଡିଛି  । ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀ ରାକେଶ ମଧ୍ୟ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି  । କିନ୍ତୁ ସ୍ୱାମୀଙ୍କ କହିବା ମୁତାବକ ଉଭୟଙ୍କ ମଧ୍ୟରେ କଳହ କିମ୍ବା କୌଣସି ବିବାଦ ନଥିଲା  । ତେଣୁ ହତ୍ୟା ପଛରେ ପାରିବାରିକ ବିବାଦ ନଥିବା ସେ ସ୍ପଷ୍ଟ କରିଛନ୍ତି  । ତେବେ ଏଠି ପ୍ରଶ୍ନ ଆସିବା ସ୍ୱଭାବିକ, ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ବିବାଦ ନଥିଲା  । ଏବଂ ଏହି ହତ୍ୟା କୈଣସି ପାରିବାରିକ କାରଣରୁ ହୋଇନାହିଁ  । ତେବେ ଏହି ହତ୍ୟା ପଛର କାରଣ କଣ ? ପୁଣି ସ୍ୱାମୀ ଜଣଙ୍କ ଘରେ ନଥିବାବେଳେ ଏହି ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ କିଏ ?

#କିଏ ଏହି ପର ପୁରୁଷ ?

ହତ୍ୟାଘଟଣା ପ୍ରଚାରିତ ହେବା ଏବଂ ସେହି ଘରୁ ଜଣେ ସନ୍ଦିଗ୍ଧ ଯୁବକକୁ ଆହତ ଆବସ୍ଥାରେ ପୋଲିସ ଉଦ୍ଧାର କରିବା ନିହାତି ସନ୍ଦେହଜନକ  । ତେଣୁ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, କିଏ ଏହି ପରପୁରୁଷ ? ମିଳିଥିବା ଖବର ଅନୁଯାୟୀ ମହିଳା ଜଣଙ୍କ ଘର ଯାଜପୁର  । ବିବାହ କରିଥିବା ସ୍ୱାମୀଙ୍କ ଘର ମଧ୍ୟ ଯାଜପୁର  । ସେପଟେ ଏହି ଘରୁ ପୋଲିସ ମହିଳାଙ୍କ ମୃତ ଦେହ ସହ ଉଦ୍ଧାର କରିଥିବା ଉକ୍ତ ଯୁବକ ଜଣଙ୍କ ଘର ମଧ୍ୟ ଯାଜପୁର  । ଏବଂ ତାଙ୍କ ନାମ ଜଗନ୍ନାଥ  ।  କିନ୍ତୁ ଯୁବକ ଜଣଙ୍କ ନା ସ୍ୱାମୀଙ୍କ ସାଙ୍ଗ ଥିଲେ ନା ପରିବାରର କୌଣସି ସମ୍ପର୍କୀୟ  । ତେବେ ଯଦି ପରିବାର ସହ ଜଗନ୍ନାଥଙ୍କ କୌଣସି ସମ୍ପର୍କ ନଥିଲା, ତେବେ କାହିଁକି ସ୍ୱାମୀର ଅନୁପସ୍ଥିତିରେ ପର ସ୍ତ୍ରୀ ପାଖକୁ ଯାଇଥିଲା ଏହି ଯୁବକ  ?

#ସ୍ତ୍ରୀକୁ ମାରି ସ୍ୱାମୀଙ୍କୁ ଭିଡ଼ିଓ କଲ

ପୋଲିସର ପ୍ରାଥମିକ ସନ୍ଧାନରୁ ଯାହା ଜଣାପଡିଛି ମହିଳା ଜଣକୁ ଏହି ଯୁବକ ହିଁ ହତ୍ୟା କିରିଛି  । ଏବଂ ତଣ୍ଟି କାଟି ହତ୍ୟା କରିବା ପରେ ଯୁବକ ଜଣକ ନିଜେ ବିଷ ପିଇ ଆତ୍ମହତ୍ୟା କରିବାର  ଉଦ୍ୟମ କରିଛି  । ସବୁଠାରୁ ଜଘନ୍ୟ କଥା ହେଉଛି, ଯୁବକ ଜଣଙ୍କ ପ୍ରିୟଦର୍ଶୀନିଙ୍କୁ ହତ୍ୟା କରିବା ପରେ ସ୍ୱାମୀ ରାକେଶକୁ ଭିଡିଓ କଲ କରିଛି  । ଏବଂ ତାଙ୍କ ପତ୍ନୀର ରକ୍ତ ଜୁଡ଼ୁବୁଡ଼ୁ ଫଟୋ ସ୍ୱାମୀଙ୍କ ଫୋନକୁ ଫଟୋ ପଠାଇଥିଲେ  । ଏହା ପରେ ସ୍ୱାମୀ ଘର ମାଲିକଙ୍କୁ ଜଣାଇଥିଲେ, ପରେ ଘର ମାଲିକ ମୃତ ମହିଳାଙ୍କ ସହ ଅନ୍ୟ ଜଣେ ପୁରୁଷଙ୍କୁ ଦେଖି ସ୍ୱାମୀ ରାକେଶକୁ ଘଟଣା ସ୍ଥଲକୁ ଡକାଇଥିଲେ  । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  ।

#ହତ୍ୟାର କାରଣ କ’ଣ?

ପତି-ପତ୍ନୀ ଓ ହତ୍ୟାକାରୀଙ୍କ ଘର ଯାଜପୁର ଜିଲ୍ଲାରେ  । ପୋଲିସର କହିବା ମୁତାବକ କୈଣସି କାରଣରୁ  ମୃତ ମହିଳାଙ୍କ ସହ ହତ୍ୟାକାରୀ ଜଗନ୍ନାଥ ପ୍ରଧାନଙ୍କ ତିକ୍ତତା ସୃଷ୍ଟି ହୋଇଥିଲା  । ଯେଉଁଥିରେ ରକ୍ତ ମୁଖା ହୋଇ ଉଠିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ  । ଏବଂ ହତ୍ୟା ପାଇଁ ରଚିଥିଲା ଷଡ଼ଯନ୍ତ୍ର  । ଆଜି ଏହାର ସୁଯୋଗ ପାଇ ଅର୍ଥାତ ସ୍ୱାମୀ ରାକେଶର ଅନୁପସ୍ଥିତିର ସୁଯୋଗ ନେଇ ପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ହତ୍ୟା କରିଛି  । ସେପଟେ ୩ ବର୍ଷର ପୁଅ ଘର ମାଲିକଙ୍କ ପାଖରେ ଥିବାରୁ ହତ୍ୟାରୁ ବର୍ତ୍ତିଯାଇଥିବା ଜଣାପଡିଛି  । ଅନ୍ୟପକ୍ଷରେ ପୂର୍ବରୁ ହତ୍ୟାକାଣ୍ଡ ଘଟାଇବା ଏବଂ ନିଜେ ଆତ୍ମହତ୍ୟା କରିବା ନେଇ ପ୍ରି ପ୍ଲାନ କରିଥିବା ଅଭିଯୁକ୍ତ ଜଗନ୍ନାଥଙ୍କ ସୁଇସାଇଡ ନୋଟ ହିଁ ସ୍ପଷ୍ଟ କରିଛି  ।

Leave a Reply