ଭୁବନେଶ୍ବର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ପୁଣି ଉତ୍ତେଜନା , ୨ ଗୋଷ୍ଠୀ ମୁହାଁମୁହିଁ

1 min read

ଭୁବନେଶ୍ବର : ଭୁବନେଶ୍ବର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ପୁଣି ଉତ୍ତେଜନା । ମୁହାଁମୁହିଁ ହୋଇଛନ୍ତି ସେଣ୍ଟ୍ରାଲ ମାର୍କେଟ କମିଟି ଓ ଉଠାଦୋକାନୀ । ସ୍ଥାୟୀ ତଥା ସମସ୍ତ ଉଠାଦୋକାନୀଙ୍କୁ ଗୋଟିଏ ସ୍ଥାନରେ ଥଇଥାନ କରିବାକୁ ଦାବି କଲେ ଉଠାଦୋକାନୀ । ଉଠାଦୋକାନୀଙ୍କ ଯୋଗୁଁ ମାର୍କେଟ ବିଲ୍ଡିଂରେ ପରିବେଶ ନଷ୍ଟ ହେବା ସହ ଗ୍ରାହକଙ୍କୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ସମସ୍ୟାର ସ୍ଥାୟୀ ସମାଧାନ ନେଇ ବାରମ୍ବାର ବିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ମାର୍କେଟ କମିଟି । କମିଟି ପକ୍ଷରୁ ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କୁ ଆଜି ଉଠାଇବାକୁ ଉଦ୍ୟମ ପରେ ଦୁଇଗୋଷ୍ଠୀ ବ୍ୟବସାୟୀ ମୁହାଁମୁହିଁ ହୋଇଥିଲେ । ସମସ୍ୟାର ସମାଧାନ ନହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂକୁ ବନ୍ଦ କରିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ କମିଟି । ଆଜି କମିଟିର ଏକ ପ୍ରତିନିଧି ଦଳ ମେୟର ଓ କମିଶନରଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ନିଆଯାଥିବା ସୂଚନା ଦେଇଛନ୍ତି କମିଟି ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ।