spot_img

Latest Posts

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ ହାର ୯୫.୩୩ ପ୍ରତିଶତ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ ହାର ୯୫.୩୩ ପ୍ରତିଶତ

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ।  ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ଘୋଷଣା କରାଯାଇଛି । ଚଳିତବର୍ଷ ୯୫.୩୩ ପ୍ରତିଶତ ପାସହାର ରହିଛି । ସନ୍ଧ୍ୟା ୬ଟାରେ ବୋର୍ଡର ଦୁଇଟି ୱେବସାଇଟ www.bseodisha.nic.in ଓ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତବର୍ଷ ୩୩୧୦ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି ।

A-1 ଗ୍ରେଡରେ ୨୪୫୬ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ A-2 ଗ୍ରେଡରେ ପାସ କରିଛନ୍ତି ୧୫ ହଜାର ୬୮୧ । ସେହିପରି B-1 ଗ୍ରେଡରେ ୪୩ ହଜାର ୫୬୫ ଏବଂ B-2 ଗ୍ରେଡରେ  ୮୬ ହଜାର ୧୦୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । C ଗ୍ରେଡରେ ୧ ଲକ୍ଷ ୨୯ ହଜାର ୮୧୩, D ଗ୍ରେଡରେ ୧ ଲକ୍ଷ ୪୬ ହଜାର ୧୫୨ ଓ E ଗ୍ରେଡରେ ୯୫ ହଜାର ୪୮୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

ଚଳିତବର୍ଷ ୫ ଲକ୍ଷ ୪୪ ହଜାର ୬୭୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୫ ଲକ୍ଷ ୩୬ ହଜାର ୩୦୬ ଜଣ ପରୀକ୍ଷା ଦେଇଥିଲେ । ୮ ହଜାର ୩୬୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ପରୀକ୍ଷାରେ ୫ ଲକ୍ଷ ୧୯ ହଜାର ୨୫୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫେବ୍ରୁୟାରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୩୦୮୨ କେନ୍ଦ୍ରରେ ପରୀକ୍ଷା ଚାଲିଥିଲା ।

Latest Posts

Don't Miss