ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୋଇପାରେ ବନ୍ୟା, ହୀରାକୁଦରେ ଖୋଲିପାରେ ଆହୁରି ଗେଟ୍‌

ଭୁବନେଶ୍ୱର: ଓଡ଼ିଶାକୁ ଅଛି ବନ୍ୟା ଆଶଙ୍କା । ମଧ୍ୟମରୁ ବଡ଼ ଧରଣର ବନ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । କାରଣ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ଉପର ମୁଣ୍ଡରେ ପ୍ରାୟ ୨୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ପ୍ରଭାବରେ କଲମା ପାଖରେ ୫ ଲକ୍ଷ ଘନଫୁଟ ରେକର୍ଡ ହୋଇଛି । ଇବ ଓ ଭେଡେନରେ ଅଢେଇ ଲକ୍ଷ ଘନଫୁଟ ରେଗର୍ହ ହୋଇଛି । ତେବେ ହୀରାକୁଦରେ ୮ ଲକ୍ଷ ଘନଫୁଟ ଜଳ ଗ୍ରହଣ କରାଯିବା ସହ ହୀରାକୁଦରୁ ୬ ଲକ୍ଷ ଘନଫୁଟ ଜଳ ତଳ ମୁଣ୍ଡକୁ ଛଡ଼ାଯିବ ବୋଲି କହିଛନ୍ତି ।

ହୀରାକୁଦରେ ୩୨ ଗେଟ ଜରିଆରେ ୪ ଲକ୍ଷ ଘନଫୁଟ ଜଳ ପ୍ରଭାହିତ ହେଉଛି । ଆଗକୁ ୩୬ଟି ଗେଟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି । ବର୍ତ୍ତମାନ ହୀରାକୁଦରେ ୬୨୫ ଫୁଟଜଳସ୍ତର ରହିଛି । ତେବେ ହୀରାକୁଦଠାରୁ ମୁଣ୍ଡଳୀ ଯାଏ ପାଣି ଆସିବାକୁ ୩୬ରୁ ୪୮ ଘଣ୍ଟା ଲାଗିଥାଏ । ହେଲେ ବର୍ତ୍ତମାନର ସ୍ଥିତି କହୁଛି, ମୁଣ୍ଡଳୀରେ ୩୬ ଘଣ୍ଟାରେ ପାଣି ଆସିବ ବୋଲି । ହୀରାକୁଦରୁ ୬ ଲକ୍ଷ ଏହ ସହ ତେଲ, ସୁଖଟେଲ, ଜିରା, ଓଁମରୁ ୩ ଲକ୍ଷ ଏବଂ ଖାଇରୀମାଲଠାରେ ୧ ଲକ୍ଷ ଘନଫୁଟର ପାଣି ଆସି ମୁଣ୍ଡୁଳିରେ ମିଶିବ । ଯେଉଁଥି ପାଇଁ ମୁଣ୍ଡଳୀ ଠାରେ ୧୦ ଲକ୍ଷରୁ ସାଢ଼େ ୧୦ ଲକ୍ଷ ଘନଫୁଟ ଜଳ ପ୍ରଭାହିତ ହେବ । ତେଣୁ ଭାର୍ଗବୀ, ଦୟାରେ ସ୍ଥିତି ତଦାରଖ କରୁଛନ୍ତି ବରିଷ୍ଠ ଅଧିକାରୀ । ଏଭଳି ସ୍ଥିତିରେ ରାତି ପାଟ୍ରୋଲିଂ କରୁଛନ୍ତି ଅଧିକାରୀ ।

ସେପଟେ ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ବନ୍ୟା ଦ୍ୱାରା ପ୍ରଭାବିତ ହେବ । ବୈତରଣୀ ବିପଦ ସଂକେତ ଥିଲେ ବି ଗତକାଲିଠାରୁ ଜଳସ୍ତର କମୁଛି । ବ୍ରାହ୍ମଣୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ତେଣୁ ଆମେ ରେଙ୍ଗାଲି ଡ୍ୟାମର ୪ଟା ଗେଟ ଖୋଲିଛୁ ବୋଲି କହିଛନ୍ତି ଜ୍ୟୋତିର୍ମୟ ରଥ । ଯଦି ଦେଖିବା ବରୀର ବନ୍ଧରେ ଘାଇ ହୋଇଛି । ଦତ୍ତପୁରରେ ଗୋଟିଏ ଘାଇ ହୋଇଛି । ଯେଉଁଠି ଘାଇ ହୋଇଛି ସେଠି ପାଣି କମିଲେ ମରାମତି ହେବ । ସୁବର୍ଣ୍ଣରେଖା ଉପରମୁଣ୍ଡ ଗାଲୁଡି ବ୍ୟାରେଜରୁ ଗତକାଲି ପାଣି ଛଡ଼ା ହୋଇଥିଲା । ସେଠି ୧୧.୨ ଯାଏ ବିପଦ ସଂକେତ ଯିବ । ବୁଢ଼ାବଳଙ୍ଗରେ ବିପଦ ସଂକେତ ତଳେ ଅଛି ଜଳ ସ୍ଥର  ।

Leave a Reply