ନନ୍ଦିଘୋଷ ବ୍ୟୁରୋ : ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ ନିଷ୍ପତ୍ତି ନେଇ ମେକ୍ସିକୋ ଉପରେ କ୍ଷୁବ୍ଧ ଭାରତ। ଏହା ବିରୋଧରେ ପଦକ୍ଷେପ ନେବା ଲାଗି ଭାରତ ଘୋଷଣା କରିଛି। ନିଜର ସ୍ବାର୍ଥ ରକ୍ଷା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛି ଭାରତ। ଭାରତ, ଚୀନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ, ବ୍ରାଜିଲ ଓ ଅନ୍ୟ କିଛି ଦେଶର ରପ୍ତାନି ଉପରେ ଟାରିଫ ଲାଗୁ ପାଇଁ ମେକ୍ସିକୋ କଂଗ୍ରେସରେ ବିଲ୍ ମଞ୍ଜୁରୀ ପରେ ଉତକ୍ଷିପ୍ତ ହୋଇଛି ଭାରତ। ଆସନ୍ତା ବର୍ଷ ଜାନୁଆରୀ ୧ରୁ ଏହି ଟାରିଫ ଲାଗୁ ହେବ। ପୂର୍ବରୁ ଭାରତ ବିରୋଧରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବା ଯୋଗୁ ଭାରତ କ୍ଷତିର ସମ୍ମୁଖୀନ ହୋଇଥିଲା। ମେକ୍ସିକୋର ଟାରିଫ ଯୋଗୁ ଅଟୋ, ଅଟୋ ପାର୍ଟସ, ବୟନଜାତ ସାମଗ୍ରୀ, ପ୍ଲାଷ୍ଟିକ, ଇସ୍ପାତ ଶିଳ୍ପ ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ପଦକ୍ଷେପ ଯୋଗୁ ମେକ୍ସିକୋ ଅଧିକ ୩ ଦଶମିକ ୭୬ ବିଲିୟନ ଡଲାର ଅଧିକ ଆୟ କରିବ।

