ଯେତିକି ପାଠ ପଢାଯାଇଛି ସେତିକି ପାଠକୁ ନେଇ ପରୀକ୍ଷା କରାଯାଇପାରେ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

1 min read
+2 Results Will Published On Or Before 31st July Says Education Minister

ଭୁବନେଶ୍ୱର: ରାଜ୍ୟ ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରାଯାଇଛି। ପାଠ ପଢା ବି ସଂପୂର୍ଣ୍ଣ ହୋଇନାହିଁ। ପିଲାମାନେ ସିଲାବସ ଅନୁସାରେ ବହି ଶେଷ କରିନାହାଁନ୍ତି। ତେବେ ଯେତିକି ପାଠ ପଢାଯାଇଛି ସେତିକି ପାଠକୁ ନେଇ ପରୀକ୍ଷା କରାଯାଇପାରେ ବୋଲି ବିଭାଗ ଚିନ୍ତା କରୁଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏପ୍ରିଲା ୩୦ ତାରିଖ ପରେ ଯଦି ସ୍କୁଲ ଖୋଲିବା ସମ୍ଭବ ହୁଏ ତେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ଘରୋଇ ସ୍କୁଲ ପଞ୍ଜୀକରଣ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ ୧୩ ତାରିଖରୁ ବୃଦ୍ଧିକରି ୨୩ଯାଏ ଅବଧି ବଢ଼ାଇଛନ୍ତି ସରକାର। ରାଜ୍ୟରେ ମୋଟ୍ ୪ହଜାର ସ୍କୁଲ ରହିଥିବା ବେଳେ ୫୦୦ରୁ ଅଧିକ ସ୍କୁଲ ଏବେ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି। ସେମାନଙ୍କୁ ତୁରନ୍ତ ପଞ୍ଜୀକରଣ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏହା ସହ ଆର୍ଥିକ ଅନଗ୍ରସର ବର୍ଗ ଛାତ୍ରାଛତ୍ରୀଙ୍କ ପାଇଁ ପଞ୍ଜୀକରଣ ତାରିଖ ଏପ୍ରିଲ ୩୦କୁ ବୃଦ୍ଧି କରାଯାଇଛି। EWS କୋଟ୍ଟାରେ ପଞ୍ଜୀକରଣ କଲେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବେ।

Leave a Reply