ମର୍ଡର ଲାଇଭ୍‌: ମାତ୍ର ଦୁଇ ହଜାର ଟଙ୍କା ପାଇଁ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କଲା ଦୁର୍ବୃତ୍ତ

ଆସିକା: ମର୍ଡର ଲାଇଭ୍‌ । ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ହତ୍ୟାର ବୀଭତ୍ସ ଦୃଶ୍ୟ କ୍ୟାମେରାରେ କଏଦ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ବାଲିଛାଇ ଫାଣ୍ଡି ଅଧୀନସ୍ଥ ଏ. ବରିଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଗାଁ ଦାଣ୍ଡରେ ଯୁବକଙ୍କୁ ଆଉଜଣେ ଛୁରୀ ଭୁସି ହତ୍ୟା କରିଛି । ହତ୍ୟା ଅଭିଯୁକ୍ତର ମା’ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା । ହତ୍ୟାର ଶିକାର ହୋଇଛନ୍ତି ଭାଟପଡ଼ାର ଟୁକୁନା ଛଟେଇ ।

ସେ ଅଭିଯୁକ୍ତକୁ ଦୁଇ ହଜାର ଟଙ୍କା ଶୁଝିବାର ଥିଲା । ଆଜି ସକାଳେ ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ାରୁ ଟୁକୁନାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

Leave a Reply