ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

1 min read

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଯୋଗ ଦେବା ୫ ଦିନିଆ ବିଦେଶୀ ଗସ୍ତରେ ଅଛନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଗତକାଲି  ଇଟାଲୀରେ ପହଞ୍ଚିଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ପୋପ୍ ଫ୍ରାନସିସଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ଏବଂ ଏହାପରେ ସେ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଅଧିବେସନରେ ଯୋଗ ଦେବେ । ଭାରତୀୟ ସମୟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ମାଧ୍ୟହ୍ନ ୧୨ଟା  ସମୟରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ଭେଟିବେ । ଏହି ଦ୍ବିପାକ୍ଷିକ ବୈଠକ ପରେ ଆଜି ଅପରାହ୍ନ ୩.୧୫ରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ । ଯେଉଁଠାରେ କରୋନା ମହାମାରୀ ପରେ ବିଶ୍ବର ଅର୍ଥବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ ସଂସ୍କାର ଉପରେ ଆଲୋଚନା କରାଯିବ । ଏହାପରେ ଅପରାହ୍ନ ୨ଟାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ଭେଟିବେ । ଏହା ସହ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବେ ନରେନ୍ଦ୍ର ମୋଦି । ଏହି ଦ୍ବିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀ ପାଇଁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ  ଅଂଶ ଗ୍ରହଣ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି କି ଭାଟିକାନରେ ଆଲୋଚନା ପାଇଁ କୌଣସି ଏଜେଣ୍ଡା ନାହିଁ । ମୁଁ ଭାବୁଛି କି ଯେତେବେଳେ ଆପଣ ଏକ ପ୍ରସଙ୍ଗରେ ଉପରେ ଆଲୋଚନା କରନ୍ତି ସେତେବେଳେ ଏହା ପଛରେ କୌଣସି ଏଜେଣ୍ଡା ରହିବା ଉଚିତ ନୁହେଁ ବୋଲି କହିଛନ୍ତି ବୈଦେଶିକ ସଚିବ ହର୍ଷବର୍ଦ୍ଧନ । ଜି-୨୦ ଶିଖର ସମ୍ମିଳନୀରେ ବହୁତ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବ । ଯେଉଁଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କୋଭିଡ-୧୯ । ତେବେ ଏହି ଇଟାଲୀ ଗସ୍ତ ପରେ ନଭେମ୍ବର ୧ଓ ୨ ପର୍ଯ୍ୟନ୍ତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନିମନ୍ତ୍ରଣରେ ବ୍ରିଟେନର ଗ୍ଲାସଗେ ଗସ୍ତ କରିବେ । ଯେଉଁଠାରେ ସେ ମିଳିତ ଜାତିସଂଘର ଫ୍ରେମଓ୍ବାର୍କ କନଭେସନ ଅଫ ଜଳବାୟୁ ପରିବର୍ତ୍ତନର ୨୬ ତମ ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ।

Leave a Reply