spot_img

Latest Posts

ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପ ମଧ୍ୟରେ ହୋଇପାରେ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ମାସରେ ଆମେରିକା ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତିସଂଘ ସାଧାରଣ ଅଧିବେଶନରେ ମୋଦି ଯୋଗଦେବା ସମ୍ଭାବନା ରହିଛି। ଗସ୍ତବେଳେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିବା ସମ୍ଭାବନା ରହିଛି। ଟାରିଫ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ଯରେ ବିବାଦ ଘନୀଭୂତ ହେଉଥିବାବେଳେ ଦୁଇ ନେତା ଏହାକୁ ପ୍ରଶମିତ କରିବା ଲାଗି ଆଲୋଚନା କରିବା ଆଶା ରହିଛି। ଏହି ଗସ୍ତବେଳେ ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବି ସାକ୍ଷାତ କରିବା ଆଲୋଚନା ହେଉଛି। ଆସନ୍ତା ମାସରେ ନ୍ଯୁୟର୍କରେ ଜାତିସଂଘ ସାଧାରଣ ଅଧିବେଶନ ବସିବ। ଗତ ଫେବ୍ରୁଆରୀରେ ହ୍ବାଇଟହାଉସରେ ମୋଦି-ଟ୍ରମ୍ପ ଆଲୋଚନା ହୋଇଥିବାବେଳେ ଆସନ୍ତା ସେପ୍ଟେମ୍ବରରେ ଏହା ହେବ ଦୁଇ ନେତାଙ୍କ ମଧ୍ୟରେ ଦ୍ବିତୀୟ ଭେଟଘାଟ। ଗତ ଜୁନରେ ଗ୍ରୁପ ୭ ସମ୍ମିଳନୀରେ କାନାଡାରେ ଥିବାବେଳେ ୱାଶିଂଟନ ଗସ୍ତରେ ଯିବା ଲାଗି ମୋଦିଙ୍କୁ ଅନୁରୋଧ କରିଥିଲେ ଟ୍ରମ୍ପ। ଆମେରିକା ମାଟିରୁ ବିଶ୍ବ ସମୁଦାୟକୁ ପାକିସ୍ତାନ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ନାଲିଆଖି ପରିପ୍ରେକ୍ଷୀରେ ମୋଦିଙ୍କ ଗସ୍ତ ଗୁରୁତ୍ବ ବହନ କରିବ।

Latest Posts

Don't Miss