spot_img

Latest Posts

ଆୟୁର୍ବେଦିକ ମେଡିକାଲରେ ଡାକ୍ତର ମରୁଡ଼ି

ମୋହନା : ଆୟୁର୍ବେଦିକ ମେଡିକାଲରେ ଡାକ୍ତର ମରୁଡ଼ି । ୬ ଗୋଟି ଚିକିତ୍ସାଳୟକୁ ୨ ଜଣ ଡାକ୍ତର । ପିଅନ ଭରସାରେ ଚାଲିଛି ରୋଗୀ ସେବା । ଗଜପତି ଜିଲ୍ଲାରୁ ଆସିଛି ସ୍ଵାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ଜିଲ୍ଲାର ଅଡବା, ଚାନ୍ଦିପୁଟ, ଡେକାଶିନ୍ଧବା, ମଙ୍ଗରାଜପୁର, ଗଣ୍ଡାହାତୀ ଓ ଖାରଡ଼ାରେ ଆୟୁର୍ବେଦିକ ମେଡିକାଲ ଅଛି । ହେଲେ ଆବଶ୍ୟକୀୟ ଡାକ୍ତର ନାହାନ୍ତି । ଅଡବା ଓ ଚାନ୍ଦିପୁଟରେ ଜଣେ ଡାକ୍ତର ତିନି ଦିନ ଲେଖାଏଁ ପାଳି କରି ଚିକିତ୍ସା ଯୋଗାଉଛନ୍ତି । ସେହିଭଳି ଡେକାଶିନ୍ଧବା, ମଙ୍ଗରାଜପୁର, ଗଣ୍ଡାହାତୀ ଓ ଖାରଡା ଆୟୁର୍ବେଦିକ ମେଡିକାଲରେ ଜଣେ ଡ଼ାକ୍ତର ଚିକିତ୍ସା କରୁଛନ୍ତି । ଯେଉଁ ଦିନ ଡାକ୍ତର ଅନୁପସ୍ଥିତ ରହୁଛନ୍ତି ସେଦିନ ପିଅନଙ୍କ ଭରସାରେ ମେଡିକାଲ ଚାଲୁଛି । ରୋଗୀଙ୍କୁ ପିଅନ ସେବା ଯୋଗାଉଛନ୍ତି । ଯାହାକୁ ନେଇ ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆୟୁର୍ବେଦିକ ମେଡିକାଲରେ ଡାକ୍ତର ଅଭାବ ଲାଗି ରହିଥିବାରୁ ରୋଗୀ ମାନେ ହଇରାଣ ହେଉଛନ୍ତି । ଖାଲି ସେତିକି ନୁହେଁ କିଛି ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ସାମାନ୍ୟ ଘର ଖଣ୍ଡେ ନାହିଁ । ଯାହାକୁ ନେଇ ଡାକ୍ତର ଓ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ତୁରନ୍ତ ଆୟୁର୍ବେଦିକ ମେଡିକାଲର ଭିତ୍ତିଭୂମି ସୁଦୃଢ କରିବା ସହ ଡାକ୍ତର ଯୋଗାଇ ଦେବାକୁ ଦାବି ହୋଇଛି ।

Latest Posts

Don't Miss