ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ, ମୃତ୍ୟୁ ସଂଖ୍ୟା ୧୮୦ ପାର

1 min read

ସୁଦାନ: ଘନୀଭୂତ ହେଉଛି ସୁଡାନ ସଙ୍କଟ । ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ପହଞ୍ଚିଛି ଚରମ ସୀମାରେ । ସଂଘର୍ଷରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୧୦୦ରେ । ଆହତ ହେଲେଣି ୧ ହଜାରରୁ ଅଧିକ ଲୋକ । ରେଗୁଲାର ଆର୍ମିରେ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ ବା RSFକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ସାମରିକ ନେତା ଆବଦେଲ ଫତାହ ଅଲ-ବୁରହାନ ଓ ଅର୍ଦ୍ଧସାମରିକ ବାହିନୀ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ଏୟାରଷ୍ଟ୍ରାଇକ, ଟ୍ୟାଙ୍କ, ଗୋଳାବାରୁଦରେ କମ୍ପୁଛି ରାଜଧାନୀ ଖାର୍ଟୋମ ସମେତ ଅନ୍ୟାନ୍ୟ ସହର । ଅସ୍ତ୍ର ବିରତି ଲାଗି ବିଭିନ୍ନ ରାଷ୍ଟ୍ର ଉଦ୍ୟମ କରୁଥିଲେ ବି ତାହା ବିଫଳ ହୋଇଛି । ଉଭୟ ପକ୍ଷର ଆକ୍ରମଣରେ ଖୋର୍ଟୋମର ଅଧିକାଂଶ ଡାକ୍ତରଖାନା ଛାରଖାର ହୋଇଛି । ରୋଗୀ ସେବା ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି । ସବୁଠି ଆଉଟ ଅଫ ସର୍ଭିସ ବୋର୍ଡ ଲଗାଯାଇଛି । ସମସ୍ତ ହସ୍ପିଟାଲରେ ରକ୍ତ, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟାପକ ଅଭାବ ଦେଖା ଦେଇଥିବା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦେଶର ସ୍ଥିତି ନେଇ ବି ଚିନ୍ତା ବ୍ୟକ୍ତ କରିଛି ଜାତିସଂଘ ।