spot_img

Latest Posts

୬୦ରୁ ଅଧିକ ଲୋକ ଝାଡାବାନ୍ତି ଆକ୍ରାନ୍ତ! ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରୁଛି ସ୍ଵାସ୍ଥ୍ୟ ବିଭାଗ

ଟିଟିଲାଗଡ଼ : ବଲାଙ୍ଗିର ଗୁଡ଼ଭେଲା ବ୍ଳକ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ। ଗାଁରେ ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେଥିରୁ ୪ ଗୁରୁତରଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତି କରାଯାଇଛି। ଡାଇରିଆକୁ ନେଇ  ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଗତ ୨୧ ତାରିଖରୁ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ତିନି ଦିନ ଭିତରେ ଏହା ସମଗ୍ର ଗାଁକୁ ବ୍ୟାପିଛି। ସୂଚନା ପରେ ଭ୍ରାମ୍ୟମାଣ ହେଲଥ ୟୁନିଟ୍ ସମେତ ଆଶା ଓ ସ୍ବାସ୍ଥ୍ୟକର୍ମୀ ଗାଁରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥୁବା ଅନୁମାନ କରାଯାଉଛି। ସ୍ଥାନୀୟ ବିଡିଓଙ୍କ ସମେତ ଅନ୍ଯ ଅଧିକାରୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।ଗାଁକୁ ଟ୍ୟାଙ୍କର ପାଣି ଯୋଗାଣ ଆରମ୍ଭ ହୋଇଛି। ଅସ୍ଥାୟୀ କ୍ୟାମ୍ପ ଖୋଲି ରୋଗୀଙ୍କ ଚିକିତ୍ସା କରାଯାଉଛି। ଡାଇରିଆ ସଂକ୍ରମଣ ରୋକିବାକୁ ଉଦ୍ୟମ କରାଯାଉଛି। ଲୋକଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ ସହ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଗାଁ ମୁଣ୍ଡରେ ଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ଟାଙ୍କି ତିଆରି କରାଯାଇଛି। ଏହି ଟାଙ୍କି ଚାରିପଟେ ଡ୍ରେନପାଣି ଯାଉଛି। ପିଇବା ପାଣି ସହ ଦୂଷିତ ପାଣି ମିଶିବାରୁ ଡାଇରିଆ ବ୍ୟାପୁଥିବା ଆଶଙ୍କା କରାଯାଉଛି।

Latest Posts

Don't Miss