ବିଦ୍ୟୁତ ଆଘାତରେ ଚାଲିଗଲା ମାଆ-ପୁଅଙ୍କ ଜୀବନ

1 min read

ଯାଜପୁର: ବିଦ୍ୟୁତ ଆଘାତରେ ମାଆ-ପୁଅ ମୃତ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳୀପୁରର ଏ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଚାନ୍ଦ ବିବି ଓ ତାଙ୍କ ୭ବର୍ଷର ପୁଅ। ସୂଚନା ଅନୁସାରେ ଗାଁର ସାରା ବିବିଙ୍କ ଘରେ ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଗାଁ ଲୋକ ଓ ଅଗ୍ନିଶମ ବାହିନୀର ଉଦ୍ୟମରେ ନିଆଁକୁ ଆୟତ୍ତ ମଧ୍ୟ କରାଯାଇଥିଲା।

ତେବେ ଅଗ୍ନିକାଣ୍ଡ ପରେ ଛାଳଘର ପାଖରେ ଥିବା ଟିଣଛପର ଘରେ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଅଗ୍ନିକାଣ୍ଡର ଖବର ପାଇ ସଂପର୍କୀୟଙ୍କ ଘରେ ପହଞ୍ଚିଥିଲେ ମୃତ ଚାନ୍ଦ ବିବି ଓ ପୁଅ। ଘର ଭିତରକୁ ଯିବା ବେଳେ ଉଭୟ ମାଆ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply