ଛୁଆ ହାତୀକୁ ଗ୍ରହଣ କଲାନି ପଲ, ମଣିଷ ଛୁଇଁଲା ବୋଲି ପର କରିବାକୁ ବାଧ୍ୟ ହେଲା ମା’

Elephant

ଦିଗପହଣ୍ଡି: ପଶୁଙ୍କ ମଧ୍ୟରେ ହାତୀ ସବୁଠୁ ବୁଦ୍ଧିମାନ ବୋଲି କୁହାଯାଏ । କହି ନପାରିଲେ ମଧ୍ୟ ଆବେଗକୁ ବୁଝିପାରେ, ନିଷ୍ପତ୍ତି ନେଇପାରେ । ମଣିଷ ଛୁଇଁଦେଲେ ବୋଲି ଗୋଟିଏ ହାତୀ ଛୁଆକୁ ହାତୀପଲ ସାଙ୍ଗରେ ନେଲେନି, ବରଂ ଉଦ୍ଧାର କରିଥିବା ଡଙ୍ଗାକୁ ଚୂରମାର କରିଦେଲେ । ଗଞ୍ଜାମ ଟିକିଟି ସୋରଳର ବାହୁଦା ହ୍ରଦରେ ଆତଙ୍କ ଖେଳାଇଥିବା ହାତୀପଲ ଗଲାବେଳେ ଲେଖି ଦେଇଯାଇଛନ୍ତି ଏଭଳି ଏକ ହୃଦୟବିଦାରକ ଘଟଣା ।

ମଣିଷ ଛୁଇଁଦେଲା ବୋଲି ହାତୀଛୁଆକୁ ପର କରିଦେଲା ହାତୀପଲ । ଦଳ ନିଷ୍ପତ୍ତି ଆଗରେ ହାର ମାନିଲା ମା’ର ମମତା । ଛୁଆକୁ ଛାଡି ନା ଯାଇ ପାରୁଥିଲା, ନା ନେଇପାରୁ ଥିଲା । ଆତଙ୍କ ଓ ବିଚ୍ଛେଦର ଏ କାହାଣୀର ମୁକସାଖୀ ପାଲଟିଥିଲା ଗଂଜାମ ଟିକିଟିର ବାହୁଦା ହ୍ରଦ । ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ ବାହୁଦା ହ୍ରଦରେ ଫସରହିଥିଲେ । ବନବିଭାଗର ବହୁ କସରତ ପରେ ହାତୀପଲ ହ୍ରଦରୁ ବାହାରିଥିଲେ । ମାତ୍ର ହାତୀଛୁଆଟିଏ ଫସିରହିଥିଲା । ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା ସତ, ହେଲେ ହାତୀପଲ ଆଉ ସାଙ୍ଗରେ ନେଇନଥିଲା । ମଣିଷ ହାତ ବାଜିବା ପରେ ସେ ଯେମିତି ଅଛୁଆଁ ହୋଇଯାଇଥିଲା ।

ଏବେ ନନ୍ଦନକାନନରରେ ବିତିବ ଛୁଆ ହାତୀର ନିଃସଙ୍ଗ ଜୀବନ । ଛୁଆ ହାତୀଟିକୁ ଆଣିବାକୁ ନନ୍ଦନକାନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏକାକୀ ଥିବା ଏହି ହାତୀଛୁଆକୁ ଆଣିବାକୁ ପ୍ରାଣୀ ଉଦ୍ୟାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ପ୍ରାଣୀ ଉଦ୍ୟାନର ଏକ ଟିମ୍ ଚିକିଟିରେ ପହଞ୍ଚି ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Leave a Reply