ଫିଲ୍ମସିଟି ନିକଟରେ ଭୁଶୁଡ଼ିଲା କାନ୍ଥ, ଦୁଇ ମୃତ, ଜଣେ ଗୁରୁତର

ମୁମ୍ବାଇ: ଫିଲ୍ମ ସିଟି ନକଟରେ କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କାନ୍ଥ ଭୁଶୁଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଫିଲ୍ମ ସିଟିର ଦୁଇ ନମ୍ବର ଗେଟ ପାଖ ଆର କଲୋନୀ ରୋଡରେ ଏହି ଅଘଟଣ ଘଟିଛି । ଅଗ୍ନିଶମ କର୍ମଚାରୀ କହିଛନ୍ତି, ଭାଙ୍ଗିଥିବା କାନ୍ଥ ୬୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚା ।

କାନ୍ଥ ଭୁଶୁଡ଼ିବା ପରେ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ଅଗ୍ନିଶମ ଗାଡି ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକେ ଭଙ୍ଗା କାନ୍ଥ ତଳେ ଫସିଥିବା ତିନି ଜଣଙ୍କୁ ଉଦ୍ଧାର କରି ସାରିଥିଲେ । ଘଟଣା ସ୍ଥଳରେ ପହଞ୍ଚିଥିବା ଆମ୍ବୁଲାନ୍ସର ଡାକ୍ତର ଉଦ୍ଧାରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।