ଶ୍ରମିକଙ୍କୁ ଠିକାଦାରର ମରଣାନ୍ତକ ଆକ୍ରମଣ, ସେପଟେ ଠିକାଦାରର ମୃତଦେହ ଜଙ୍ଗଲରୁ ଉଦ୍ଧାର

ଆନନ୍ଦପୁର: ହକ କାମ କରି ମଜୁରୀ ମାଗିବାରୁ ମରଣାନ୍ତକ ଆକ୍ରମଣ । ଝାଳବୁହାଇ କାମ କଲା, ହେଲେ ପାରିଶ୍ରମିକ ବଦଳରେ ମିଳିଲା ଆକ୍ରମଣ । ଦିନମଜୁରିଆ କାମ ସରିଲେ ଟଙ୍କା ନେଇ ଘରକୁ ଯାଇଥାଏ । କିନ୍ତୁ ଏଠି କାମ ପରେ ଟଙ୍କା ମାଗିବାରୁ ରକ୍ତାକ୍ତ କଲା କଣ୍ଟ୍ରାକ୍ଟର । ଏଭଳି ଏକ ଘଟଣା ଆନନ୍ଦପୁର ଥାନା ପଇତାପାଣି ଗାଁରେ ଦେଖିବାକୁ ମିଳିଛି । ଜଣେ ଦିନ ମଜୁରିଆ ନିଜ ମଜୁରୀ ଟଙ୍କା ମାଗିବାରୁ ତା ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ।

ସେହିଗାଁର ଲେବର କଣ୍ଟ୍ରାଟର ନିଜ ସହଯୋଗିଙ୍କ ସହ ଯୋଜନା ବଦ୍ଧ ଭାବେ ଧାରୁଆ ଅସ୍ତ୍ର ରେ ମୁଣ୍ଡ କୁ ହାଣିଛି । ଗୁରୁତର ଦିନ ମଜୁରିଆ ବିଭିଷଣ ହୋଙ୍କୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି । ଅବସ୍ଥା ତାଙ୍କର ଗୁରୁତର ରହିଛି ।

ସୂଚନା ଅନୁଯାୟୀ, ତିନିମାସ ତଳେ ପଇତାପାଣି ଗାଁର ଲେବର କଣ୍ଟ୍ରକ୍ଟର ପ୍ରତାପ ନାୟକ ବିଭିଷଣଙ୍କୁ କାମରେ ନିୟୋଜିତ କରିଥିଲା । କାମ ସରିବା ପରେ ମଜୁରୀ ନଦେଇ ଠକି ଚାଲିଥିଲା । ଆଜି ବିଭିଷଣ ପ୍ରତାପଙ୍କୁ ମଜୁରୀ ଟଙ୍କା ଜୋର କରି ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗରଖି ଆଜି ବିଭିଷଣ ନିଜ ଧାନ କ୍ଷେତ ଜଗିବାକୁ ଯାଉଥିବା ସମୟରେ ବାଟରେ ଲୁଚିରହିଥିବା ପ୍ରତାପ ନାୟକ , ତାଙ୍କ ଭିଣୋଇ ଓ ଅନ୍ୟଜଣେ ଏକ କାତି ରେ ବିଭିଷଣଙ୍କ ମୁଣ୍ଡକୁ ହାଣିଦେଇଥିବା କହିଛନ୍ତି ପୁଅ ଶୁକଦେବ ହୋ । ସେପଟେ ଆକ୍ରମଣ କରିଥିବା କଣ୍ଟ୍ରାକ୍ଟରର ମୃତଦେହ ପାଖ ଏକ ଜଙ୍ଗଲରୁ ମିଳିଥିବା ସୂଚନା ମିଳିଛି । ଯେଉଁଥିପାଇଁ ଏ ଘଟଣାରେ ଦିନମଜୁରିଆଙ୍କ ସମ୍ପର୍କିୟ ଏଭଳି କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି ।

Leave a Reply