ବହୁ ଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ହତ୍ୟା

1 min read

କାମାକ୍ଷାନଗର: ବହୁ ଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବିଭତ୍ସ ହତ୍ୟା। ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ । କାମାକ୍ଷାନଗର ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ପାଖ ସଉରିଆ ନିକଟରେ ହତ୍ୟା କରାଯାଇଛି । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତଦେହ ସହ ଗୁଳି ଜବତ ହୋଇଛି । ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ ।

୨୦୨୧ ସେପ୍ଟେମ୍ବର ୨୪ରେ ବିଳମ୍ବିତ ରାତିରେ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତଙ୍କୁ  ପଣ୍ଡୁଆ-ଜିରାଳ ରାସ୍ତାର ଜାମୁନାଳୀ ନିକଟରେ କରାଯାଇଥିଲା ହତ୍ୟା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ ସାହୁ। ଗତ କିଛି ମାସ ତଳେ ଜାମିନରେ ଆସିଥିଲେ ନିରଞ୍ଜନ । ଗତକାଲି ବାଲି ଘାଟ କାମରେ କାମାକ୍ଷାନଗର ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ତନାଘନା କରୁଛି।