ମୁସଲିମ୍ ଅଭିନେତ୍ରୀ ଶୁଣୁଛନ୍ତି ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର
1 min read
ନନ୍ଦିଘୋଷ ବ୍ୟୁରୋ : ଜଣେ ଅଭିନେତାଙ୍କୁ ଅଭିନୟ ମାଧ୍ୟମରେ ଭିନ୍ନ ଭିନ୍ନ ଅଭିନୟ କରିବାକୁ ପଡୁଛି । କିନ୍ତୁ ଲୋକମାନେ ଧର୍ମ ନାମରେ ପିଲ୍ମଷ୍ଟାରମାନଙ୍କୁ ଟ୍ରୋଲ କରନ୍ତି । କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ୧୬ ବର୍ଷରୁ ଅଭିନୟ ଆରମ୍ଭ କରିଛନ୍ତି । ସେ ଆମେରିକାରେ ଏକ ମଡେଲରେ ମଧ୍ୟ କାମ କରିଛନ୍ତି । ୪୫ ବର୍ଷୀୟ ଏହି ଅଭିନେତ୍ରୀ ଜଣଙ୍କ ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ସହ କାମ କରିଛନ୍ତି ।
ଅଭିନେତ୍ରୀ ଜଣଙ୍କ ନିଜକୁ ଗ୍ଲୋବାଲ ସିଟିଜେନ ବୋଲି କହୁଛନ୍ତି । କାରଣ ତାଙ୍କ ବାପା-ମାଆ ଅଲଗା ଅଲଗା ଦେଶର ଅଟନ୍ତି । ସେ ରଣବୀର କପୁରଙ୍କ ଫିଲ୍ମରେ ଡେବ୍ୟୁ କରିଥିଲେ । ସେ ତାଙ୍କର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରି୍ଥିଲେ ।
ଯେଉଁ ଅଭିନେତ୍ରୀଙ୍କ କଥା ଆମେ କହୁଛୁ ସେ ହେଉଛନ୍ତି ନରଗିସ ଫାଖରୀ । ତାଙ୍କ ବାପା ଜଣେ ପାକିସ୍ତାନୀ । ତାଙ୍କୁ ଯେତେବେଳେ ୬ ବର୍ଷ ହୋଇଥିଲା ତାଙ୍କ ବାପା-ମାଆଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । କିଛି ଦିନ ପରେ ତାଙ୍କ ପିତାଙ୍କ ନିଧନ ହୋଇଥିଲା । ବର୍ତ୍ତମାନ ଅଭିନେତ୍ରୀ ଜଣଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳୁଛି । ସେ ଏ ପର୍ଯ୍ୟନ୍ତ ୧୬ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି । ଅଭିନେତ୍ରୀଙ୍କୁ ଶେଷଥର ପାଇଁ ହାଉସଫୁଲ ୫ରେ ଦେଖିବାକୁ ମିଳିଥିଲା । ସେ ଅନେକ ମ୍ୟୁଜିକ ଭିଡିଓ କରିସାରିଛନ୍ତି ।
ନରଗିସ ଫାଖରୀ ଗୋଟେ ସାକ୍ଷାତକାରରେ କହିଛନ୍ତି ତାଙ୍କୁ ଗାୟତ୍ରୀ ମନ୍ତ୍ର ଶୁଣିବାକୁ ଭଲ ଲାଗେ । ତାଙ୍କ କହିବାନୁସାରେ, ସେ ଗାୟତ୍ରୀମନ୍ତ୍ର ଶୁଣିଲେ ସେ ଭଲ ଅନୁଭବ କରନ୍ତି । ସେ ଅଧ୍ୟତ୍ମିକ ଅଟନ୍ତି । ଯେତେବଳେ ବି ଚିନ୍ତିତ ଥାନ୍ତି ସେତେବେଳେ ହନୁମାନ ଚାଳିଶା ଶୁଣିଥାନ୍ତି । ତାଙ୍କୁ ସବୁ ଧର୍ମ ବିଷୟରେ ଜାଣିବା ପାଇଁ ଭଲ ଲାଗେ ।