spot_img

Latest Posts

ମୃତକଙ୍କୁ ଜୀବିତ ଦେଖାଇ ମଧୁବାବୁ ପେନସନ ଟଙ୍କା ହଡପ ଅଭିଯୋଗ

ନବରଙ୍ଗପୁର  : ସୀମା ଟପିଲା ଟଙ୍କା ହଡପର ମାଧ୍ୟମ। ମୃତକଙ୍କୁ ଜୀବିତ ଦେଖାଇ ମଧୁବାବୁ ପେନସନ ଟଙ୍କା ହଡପର ଆସିଲା ଅଭିଯୋଗ। ନବରଙ୍ଗପୁର ପାପଡାହାଣ୍ଡି ନୂଆକୋଟରେ ୧୭ ଜଣଙ୍କ ଆଙ୍ଗୁଳି ଛାପରେ ପେନସନ ଟଙ୍କା ଉଠାଯାଇଛି। ୨୭ ଜଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ମୃତ୍ୟୁକାଳୀନ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପାଇବା ପରେ ବି ମୃତକଙ୍କ ନାଁରେ ଉଠିଛି ଭତ୍ତା ଟଙ୍କା।

ଜିଲ୍ଲାର ୧୬୯ ଟି ପଞ୍ଚାୟତରେ ଏଭଳି ମୃତକଙ୍କ ନାଁରେ ଟଙ୍କା ଉଠୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ ଅଞ୍ଚଳବାସୀ। ପଞ୍ଚାୟତର ସମିତି ସଭ୍ୟ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି। ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପଞ୍ଚାୟତକୁ ତାଲା ପକାଇବା ସହ ବ୍ଲକ ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Latest Posts

Don't Miss