ବଲିଉଡର ‘ତିନି ଖାନ’ କାହିଁକି କୌଣସି ପ୍ରସଙ୍ଗରେ ରୁହନ୍ତି ଚୁପ୍ ? ନାସିରୁଦ୍ଦିନ ଶାହା ଦେଲେ ଉତ୍ତର

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଶାସନ ପରେ ଭାରତୀୟ ମୁସଲମାନମାନଙ୍କ ବିବୃତ୍ତି ଉପରେ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା ମନ୍ତବ୍ୟ ଦେଇଥିଲେ ଯାହାକି ଖୁବ ଭାଇରାଲ ହୋଇଥିଲା । ବର୍ତ୍ତମାନ ସେ କହିଛନ୍ତି ଯେ, କିପରି ବଲିଉଡର କିଛି ବଡ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତା ମାନଙ୍କୁ Pro Establishment Film (ସରକାର ସଂଙ୍ଗଠକ ଫିଲ୍ମ) ପାଇଁ ଉତ୍ସାହିତ କରାଯାଉଛି । ଅଭିନେତା ନଶିରୁଦ୍ଦିନ ଶାହ କହିଛନ୍ତି ଯେ, ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ଯେ, ପ୍ରୋପଗାଣ୍ଡା ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନଙ୍କୁ କ୍ଲିନ୍ ଚିଟ୍ ଦିଆଯାଉଛି, କିନ୍ତୁ ସେ କହିଛନ୍ତି ଯେ, ଆଜିକାଲି ଯେଉଁଭଳି ଭାବରେ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, ଏଥିରୁ ତାହା ସ୍ପଷ୍ଟ ଜଣାପଡ଼ିୁଛି ।

ନଶୀରୁଦ୍ଦିନ କହିଲେ ଏମିତି କଥା

ସେ କହିଛନ୍ତି ଯେ, ‘ ତାଙ୍କୁ ସରକାରଙ୍କ ଦ୍ୱାରା, ସରକାର ସମର୍ଥରେ ଏବଂ ପ୍ରିୟ ନେତା ମାନଙ୍କ କାମର ପ୍ରଶଂସା କରି ଫିଲ୍ମ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହନ କରାଯାଉଛି । ତାଙ୍କୁ ଏଥିପାଇଁ ଅର୍ଥିକ ରୂପରେ ସାହାଯ୍ୟ ମଧ୍ୟ ମିଳୁଛି । ଏହାସହିତ ଯଦି ପ୍ରୋପଗାଣ୍ଡା ଫିଲ୍ମ ତିଆରି କରୁଛନ୍ତି ତେବେ ତାଙ୍କୁ କ୍ଲିନ ଚିଟ ଦିଆଯାଉଛି । ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଯେଉଁଭଳି ଭାବେ ବଡ଼ ବଡ଼ ବଜେଟର ଫିଲ୍ମ ଆସୁଛି, ବଡ଼ ଲୋକମାନେ କଟ୍ଟରବାଦ ଏଜଣ୍ଡାକୁ ଲୁଚାଇପାରିବେ ନାହିଁ ।

ତିନିଥର ଜାତୀୟ ପୁରସ୍କାର ବିଜେତା ଶାହା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମୁସଲମାନ ହୋଇଥିବାରୁ ସେ ଇଣ୍ଡଷ୍ଟ୍ରିରେ କୌଣସି ଭେଦଭାବ ଅନୁଭବ କରିନାହାଁନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ଅଭିନେତାମାନେ ସେମାନଙ୍କ ମନ କଥା କହି ହଇରାଣ ହେଉଛନ୍ତି । ଏଥି ସହିତ, ଚର୍ଚ୍ଚିତ ‘ତିନି ଖାନ’ କାହିଁକି ଚୁପ୍ ରହିବାକୁ ସ୍ଥିର କଲେ ସେ ବିଷୟରେ ନାସିରୁଦ୍ଦିନ କହିଛନ୍ତି ଯେ, ‘ସେମାନଙ୍କ ପାଇଁ ସେ କିଛି କହିପାରିବେ ନାହିଁ, କିନ୍ତୁ ସେ ଭାବି୍ ପାରୁଛନ୍ତି ଯେ, ସେମାନେ କେତେ ହଇରାଣ ହେବେ । ତାଙ୍କ ସହ କେଉଁଭଳି ଭାବେ ଅତ୍ୟାଚାର କରାଯିବ ସେ ନେଇ ସେମାନେ ଚିନ୍ତିତ ଅଛନ୍ତି । କାରଣ  ସେମାନଙ୍କ ପାଖରେ ହରାଇବାକୁ ବହୁତ କିଛି ଅଛି ।

ଅଭିନେତା ଆଗକୁ ମଧ୍ୟ କହିଛନ୍ତି ଯେ, କେବଳ ଆର୍ଥିକ ରୂପରେ ବା କୌଣସି ଏଣ୍ଡୋର୍ସମେଣ୍ଟକୁ ହରାଇବା ଭଳି ଅତ୍ୟାଚାର ନୁହେଁ ବରଂ ସେମାନଙ୍କର ( ତିନି ଖାନ) ପୂରା ଏଷ୍ଟାବ୍ଲିସମେଣ୍ଟକୁ ଖରାପ କରାଯାଇପାରେ । ସେ କହିଛନ୍ତି ଯେ ଯିଏ ବି ମୁହଁ ଖୋଲିବାକୁ ଚେଷ୍ଟା କରେ ତାଙ୍କୁ ଅତ୍ୟାଚାର କରାଯାଏ ।

Leave a Reply