spot_img

Latest Posts

ଜାତୀୟ ହସ୍ତତନ୍ତ ଦିବସ :୪୦ କିମି ଦୂରରେ ଥିବା କର୍ଡୋଲା ଗାଁ ଏବେ ବୁଣାକାର ଗାଁ ଭାବେ ପାଇଛି ସ୍ବତନ୍ତ୍ର ପରିଚୟ

ନନ୍ଦିଘୋଷ ବ୍ୟୁରୋ : ଆଜି ଜାତୀୟ ହସ୍ତତନ୍ତ ଦିବସ l ଦେଶର ପରମ୍ପରା ଓ ବୁଣାକାରଙ୍କୁ ସମ୍ମାନ ଦେବାର ଦିନ l ଆଜି ଆମେ ଆପଣଙ୍କୁ ନେଇଯିବୁ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର କର୍ଡୋଲା ଗାଁକୁ l ଯେଉଁଠି ପ୍ରାୟ ୫୦ ପ୍ରତିଶତ ଲୋକ ଆଜି ବି ହସ୍ତତନ୍ତ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି l କିନ୍ତୁ ସମ୍ବଲପୁରୀ ଶାଢ଼ୀକୁ ବିଶ୍ୱ ଦରବାରକୁ ପହଞ୍ଚାଉଥିବାଏଇ ବୁଣାକାରଙ୍କ ପାଖରେ କ’ଣ ସରକାରୀ ଯୋଜନା ପହଞ୍ଚୁଛି କି ? କେମିତି ପିଢ଼ି ପରେ ପିଢ଼ି ସମ୍ବଲପୁରୀ ଶାଢ଼ୀ ବୁଣି ପରିବାର ଚଳାଉଛନ୍ତି ଏହି ବୁଣାକାର ? ଜୀବନ ବଞ୍ଚିବାର ରାହା ସାଜିଛି ହସ୍ତତନ୍ତ । ସୁନ୍ଦର ସୁନ୍ଦର ଶାଢି ବୁଣି ଗୁଜୁରାଣ ମେଣ୍ଟାଉଛନ୍ତି ଗାଁର ୫୦ ପ୍ରତିଶତ ପରିବାର । ସମ୍ବଲପୁର ସହରରୁ ୪୦ କିମି ଦୂରରେ ଥିବା କର୍ଡୋଲା ଗାଁ ଏବେ ବୁଣାକାର ଗାଁ ଭାବେ ପାଇଛି ସ୍ବତନ୍ତ୍ର ପରିଚୟ । ଏହା ଗୋଟେ ଗାଁ ନୁହେଁ ଏହି ଗାଁ ଏକ ଜୀବନ୍ତ କାରଖାନା l ଶହ ଶହ ବର୍ଷ ହେଲା ପିଢ଼ି ପରେ ପିଢ଼ି ଏଠାକାର ଲୋକ ସମ୍ବଲପୁରୀ କଳା ଓ ସଂସ୍କୃତିକୁ ଆପଣେଇ ଆସୁଛନ୍ତି l ଘରର ସବୁଠୁ ଛୋଟ ସଦସ୍ୟଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ କାମରେ ଲାଗିଥାନ୍ତି l ଗୋଟେ ଶାଢ଼ୀ ତିଆରି କରିବାକୁ ଲାଗେ ୧୨ ରୁ ୧୫ ଦିନ l ସୂତା ବାନ୍ଧିବା, ରଙ୍ଗ କରିବା, ଲୁମରେ ବୁଣିବା ।  ସବୁ କାମ ହାତରେ କରନ୍ତି । ଫଳରେ ଆଜି ପୁରା କରଡୋଳା ଗାଁ ଆଜି ବୁଣାକାର ଗାଁ ଭାବେ ପରିଚିତ ହୋଇଛି ସମ୍ବଲପୁରୀ ବସ୍ତ୍ର ବୁଣିବା ପାଇଁ ପୁରା ପରିବାର ଦିନ ରାତି କାମ କରୁଛନ୍ତି ।ହେଲେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା କହିଛନ୍ତି ବୁଣାକାର ପରିବାର l ସୂତା କିଣିବା ଠୁ ଆରମ୍ଭ କରି ସୂତାରେ ରଙ୍ଗଦେବା, ସୂତାକୁ ବାନ୍ଧିବା ସହିତ ଶାଢ଼ୀ ତିଆରି ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ ହାତରେ କରିଥାନ୍ତି ପୁରା ପରିବାର l ସବୁଠାରୁ ବଡ଼କଥା ହେଲା ଉପଯୁକ୍ତ ମାର୍କେଟିଙ୍ଗ ବ୍ୟବସ୍ଥା ନଥିବାରୁ ପରିଶ୍ରମର ଉଚିତ୍ ଦର ପାଉନାହାନ୍ତି ବୁଣାକାର । ତେଣୁ ସରକାର ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ।

Latest Posts

Don't Miss