ଗଣେଶ ମୂର୍ତ୍ତି ଭସାଣ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ, ଜଣେ ମୃତ

ନୟାଗଡ଼ : ନୟାଗଡ଼ ଭାପୁର କରଡ଼ାପଲ୍ଲୀ ଗାଁରେ ମର୍ଡର । ଗଣେଶ ମୂର୍ତ୍ତି ଭଶାଣ ଶୋଭାଯାତ୍ରା ବେଳେ ଡିଜେ ବାଜିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ମାରପିଟି ହୋଇ ଜଣେ ମୃତ । ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଲେ କରଡ଼ାପଲ୍ଲୀ ଗ୍ରାମର ହରିହର ସ୍ବାଇଁ । ହତ୍ୟାକାଣ୍ଡ ପରେ କରଡ଼ାପଲ୍ଲୀଗାଁରେ ଉତ୍ତେଜନା ଜାରି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ଫତେଗଡ ପୋଲିସ ପହଂଚି ତଦନ୍ତ କରିଥିଲା । କିନ୍ତୁ ଘଟଣାକୁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାରେ ବିଫଳ ହେବାରୁ କରଡାପଲି ଗ୍ରାମର ଶତାଧିକ ଗ୍ରାମବାସୀମାନେ ଭାପୁର, ଖଣ୍ଡପଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରି ଟାୟାର ଜାଳି ପ୍ରତିବାଦ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସାଙ୍ଗକୁ ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସେପଟେ ଘଟଣା ସ୍ଥଳକୁ ଖଣ୍ଡପଡ଼ା ଏସଡିପିଓ ଫତେଗଡ ଥାନା ଅଧିକାରୀ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।