ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ। ରାଇବେରେଣି କାଜୁ ଜଙ୍ଗଲରେ ଠାବ ହୋଇଛି ଏକ କଙ୍କାଳ। ହାଡ଼ ଓ ମୁଣ୍ଡ ଖପୁରି ପଡ଼ିଥିବା ଦେଖି ଲୋକେ ଭୟଭୀତ। କାହାର ଏକ କଙ୍କାଳ, ଏହି ସ୍ଥାନକୁ କେମିତି ଆସିଲା, ତାକୁ ନେଇ ନାନା ପ୍ରଶ୍ନ। ଏସବୁ ଜଣେ ମଣିଷର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ କାହାର ଦେହାବଶେଷ ବୋଲି ପ୍ରଶ୍ନ ଉଠିଛି। ଖବର ପାଇ ଫତେଗଡ ଥାନା ଅଧିକାରୀ ଅଜୟ କୁମାର ସାହୁ ନିଜ ଟିମ୍ ସହିତ ସେଠାରେ ପହଞ୍ଚି ତଦନ୍ତ କରୁଛନ୍ତି। ଫରେନସିକ ଟିମ୍ ବି ଆସୁଛି। ପୂରା ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

