ଗାଁ ଗୁଡ଼ିକରେ କରୋନା ବ୍ୟାପିବାକୁ ରୋକିବା ନେଇ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଁ ଗୁଡ଼ିକରେ କରୋନା ବ୍ୟାପିବାରୁ ରୋକିବାକୁ ନେଇ ସମସ୍ତ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି । ସେ ଆହୁରୀ କହିଛନ୍ତି ଯେ, ଗତ ବର୍ଷ ଆମେ ଯେତେବେଳେ ପଞ୍ଚାୟତିରାଜ ଦିବସ  କଥା ହେଉଥିଲେ ପୂରା ଦେଶ କରୋନା ସହ ଲଢ଼ୁଥିଲା । ସେତେବେଳେ ଆପଣ କରୋନାକୁ ଗାଁରେ ପହଞ୍ଚିବାରେ ରୋକିବା ନେଇ ଆଗଭର ହୁଅନ୍ତୁ । କେବଳ ଗାଁରେ କରୋନା ପହଞ୍ଚିବାରେ ରୋକାଗଲା, ଏବଂ ଲୋକଙ୍କୁ ମଧ୍ୟ ଏ ନେଇ ଯଥେଷ୍ଟ ସଚେତନ କରାଗଲା । ବର୍ତ୍ତମାନ ମଧ୍ୟ ଆମେ କରୋନା ବିରୋଧରେ ଲଢ଼ୁଛେ ଏବଂ ଏବେ ଗାଁକୁ କରୋନା ପହଞ୍ଚାଇବାରୁ ରୋକିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏଣୁ ଆମକୁ ସମସ୍ତ ଗାଇଡଲାଇନକୁ ମାନିବାକୁ ପଡ଼ିବ । ଏବଂ ପୂରା ଗାଁ ଯେଭଳି ଏହି ଗାଇଡଲାଇନ୍‌ର ପାଳନ କରିବା ଏ ନେଇ ଯତ୍ନବାନ ହେବା ଜରୁରୀ । ଏଥର ଆମ ପାଖରେ ଭ୍ୟାକ୍ସିନ୍ ରହିଛି । ଏଣୁ ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେଭଳି ଗାଁର ସମସ୍ତ ଲୋକେ କରୋନା ଟିକା ନେବେ ।

                        ଗତକାଲି ହିଁ ଭାରତ ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅନୁଯାୟୀ, ମାଗଣା ରାସନ୍ ବଣ୍ଟନ ଯୋଜନାର ଶୁଭାରମ୍ଭ କରାଯାଇଛି । ମଇ ଏବଂ ଜୁନ୍ ମାସ ପାଇଁ ଦେଶର ଗରିବ ଲୋକଙ୍କୁ  ମାଗଣା ରାସନ ଯୋଗାଇ ଦିଆଯିବ ।

Leave a Reply