ସୁନ୍ଦରଗଡରେ ବଢ଼ୁଛି ସ୍କ୍ରବ ଟାଇଫସ, ଆକ୍ରାନ୍ତଙ୍କ ସଂଖ୍ୟା ୧୮୩ ଛୁଇଁଲା

1 min read

ସୁନ୍ଦରଗଡ଼: ଦିନକୁ ଦିନ ବଢ଼ୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ପୁଣି ୩ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩ ଛୁଇଁଲା । ଦୁଇ ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ ରହିଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ ଥିଲା । ଏହି ରୋଗରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ମିଳିଛି ।

ସାଧାରଣ ଆଖିକୁ ଦେଖାଯାଉଥିବା ଲାର୍ଭାର କାମୁଡିବା ଦ୍ବାରା ଏହି ରୋଗ ହେଉଥିବା ବେଳେ ଜ୍ବର, ମୁଣ୍ଡବିନ୍ଧା, ଦେହ ହାତ ଦରଜ ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ଏହି ରୋଗରେ ଆକ୍ରାନ୍ତ ରୋଗୀ । ସାମାନ୍ୟ ଲକ୍ଷଣ ଥିବା ଏହି ରୋଗ ଠିକ ସମୟରେ ଚିକିତ୍ସା କରାନଗଲେ ଏହା ମାରାତ୍ମକ ହୋଇପାରେ । ବେଶୀ ଦିନ ଜ୍ବର ଲାଗି ରହିବା ପରେ ଶରୀରର ଏକାଧିକ ଅଙ୍ଗକୁ ନଷ୍ଟ କରିଥାଏ ଏହି ଭୁତାଣୁ ଯାହାଦ୍ବାରା ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ ।

ବିଶେଷ ଭାବରେ ବିଲ, ବୁଦା ଓ ପୋଖରୀ ନିକଟ ବୁଦା ମାନଙ୍କରେ ରହୁଥିବା ବିଷାକ୍ତ କୀଟର ଲାର୍ଭା କାମୁଡିବା ଦ୍ବାରା ଏହି ରୋଗ ହୋଇଥାଏ । ତେବେ ଏହାର ଚିକିତ୍ସା ପାଇଁ ସମସ୍ତ ପ୍ରକାର ଔଷଧ ମହଜୁଦ ରଖାଯାଇଛି ଏବଂ ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡ଼ିକୁ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବ ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଏହା ସହିତ ଗାଁ ଗାଁ ରେ ଲୋକ ଙ୍କୁ ସଚେତନ ଓ ସାବଧାନ କରିବା ପାଇଁ ଆଶାକର୍ମୀ ଓ ANM ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।