spot_img

Latest Posts

ଆଜିଠୁ ରାଜ୍ୟରେ ଲଗୁ ହୋଇଛି ନୂଆ ଅବକାରୀ ନୀତି

ଭୁବନେଶ୍ବର : ଆଜିଠୁ ରାଜ୍ୟରେ ଲଗୁ ହୋଇଛି ନୂଆ ଅବକାରୀ ନୀତି । ଏଣିକି ବିଦେଶୀ ମଦ ଉପରେ ଲାଗୁଥିବା ଶୁଳ୍କ ଉପରେ ଗଣିବାକୁ ପଡ଼ିବ ଅତିରିକ୍ତ ଡି-ଆଡିକସନ ସେସ। ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏଣିକି ଅବକାରୀ ନୀତି ଅବଧି ବର୍ଷେ ବଦଳରେ ୩ ବର୍ଷ ପାଇଁ ବଳବତ୍ତର ରହିବ। ଏହାସହିତ କୋଭିଡ ସମୟରୁ ଚାଲିଆସୁଥିବା ମଦର ହୋମ ଡେଲିଭରି ବ୍ଯବସ୍ଥାକୁ ବନ୍ଦ କରିଛନ୍ତି ସରକାର। ପ୍ରଚଳିତ ଅବକାରୀ ନୀତିରେ ମଦ ଦୋକାନୀଙ୍କ ପାଇଁ ସର୍ବନିମ୍ନ ସୁନିଶ୍ଚିତ କୋଟାର ମଦ ନେବାର ବ୍ଯବସ୍ଥା ରହିଛି। ଆଉ MGQ ବ୍ଯବସ୍ଥା ରହିବନି। ତା ବଦଳରେ ସରକାର ଆଣିଛନ୍ତି ନୂଆ ବ୍ଯବସ୍ଥା MGER ବା ସର୍ବନିମ୍ନ ସୁନିଶ୍ଚିତ ଅବକାରୀ ରାଜସ୍ବ ବ୍ଯବସ୍ଥା। ଏହାଦ୍ବାରା ଅବକାରୀ ରାଜସ୍ବ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର। ମଦ ଶରୀର ପାଇଁ କ୍ଷତିକାରକ। ମଦୁଆଙ୍କୁ ମଦ ନିଶାରୁ ବିରତ ରଖିବା ପାଇଁ ଅବକାରୀ ଶୁଳ୍କ ଉପରେ ଅତିରିକ୍ତ ଡି-ଆଡିକସନ ସେସ ପ୍ରଚଳନ କରାଯିବ। ସେସ୍ ଅର୍ଥକୁ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ। ଅବକାରୀ ଲାଇସେକ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ। ଖାଲି ସେତିକି ନୁହେଁ ଲାଇସେକ୍ସ ଫି ପ୍ରତିବର୍ଷ ୧୦ ପ୍ରତିଶତରୁ ୨୦ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବ। ଭାରତ ନିର୍ମିତ ବିଦେଶୀ ମଦ IMFL ଓ ଦେଶୀ ମଦ ବା CL ଉପରେ ଅବକାରୀ ଶୁଳ୍କ ବୃଦ୍ଧି କରାଯାଇଛି। କେବଳ ଶିଳ୍ପାଞ୍ଚଳ ଓ ତିନି ତାରକାଠାରୁ ଅଧିକ ତାରକା ବିଶିଷ୍ଟ ହୋଟେଲ ଓ କ୍ଲବକୁ ବାଦ ଦେଲେ ଆସନ୍ତା ୩ ବର୍ଷ ପର୍ଯ୍ଯନ୍ତ ନୂଆ ମଦ ଦୋକାନ ଖୋଲିବ ନାହିଁ। ପ୍ରତି ମଦ ଦୋକାନରେ ସିସିଟିଭି ଲଗାଇବା ବାଧ୍ଯତାମୂଳକ କରାଯାଇଛି। ଉନ୍ନତମାନର ପ୍ଯାକେଜିଂ ବ୍ଯବସ୍ଥା ସହ ୧୮୦ ମିଲିଲିଟର ପର୍ଯ୍ଯନ୍ତ ମଦ ଟେଟ୍ରା ପ୍ଯାକରେ ଉପଲବ୍ଧ ହେବ।

Latest Posts

Don't Miss