ଅଡିଓ ଛାଡ଼ିଲେ ସୁମିତ:  କହିଲେ ମିଛ ଲୁଚାଇବାକୁ ମିଛ କହି ଚାଲିଛନ୍ତି ଡିମ୍ପଲ

ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦ ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି । ଗତକାଲି ଛାଡପତ୍ର ପାଇଁ ୮ ଲକ୍ଷ ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଡିମ୍ପଲ । ଯାହାକୁ ନେଇ ଗତକାଲି ପୂରାଦିନ ଏହି ବିବାଦୀୟ ମାମଲା ଚର୍ଚ୍ଚାରେ ଥିଲା । ଆଜି ସୁମିତ ଏକ ଅଡିଓ ରିଲିଜ କରିଛନ୍ତି । ଯେଉଁଥିରେ ସେ ମୁହଁ ଖୋଲିବା ସହ ତାଙ୍କ ମାନସିକ ସ୍ଥିତି ଭଲ ନଥିବ କହିବା ସହ ଡିମ୍ପଲଙ୍କ ଶିକ୍ଷାଗତ ଯୋଗ୍ୟତା ଓ ମିଛ କହୁଥିବାକୁ ନେଇ ବହୁତ କିଛି କହିଛନ୍ତି ।

ଏଥିରେ ସୁମିତ କହିଛନ୍ତି, ତପସ୍ବନୀଙ୍କ ଯୋଗୁଁ ମୋତେ ବହୁତ କଷ୍ଟ ହେଲାଣି । ମୋ ମାନସିକ ସ୍ଥିତି ଭଲ ନାହିଁ । ଏତେ ଘଟଣା ପରେ ମୁଁ ଭିଡିଓ ବନାଇବାକୁ ବାଧ୍ୟ ହେଲି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ୮ ଲକ୍ଷ ଟଙ୍କା ମାଗୁଛନ୍ତି ଡିମ୍ପଲ । ସେ ଭିଡିଓରେ ନିଜେ ଥିବା ସେ ମାନୁଛନ୍ତି । ଏମିତି ଆହୁରି ଅନେକ ଭିଡିଓ ଅଛି । କୋର୍ଟରେ କେସ୍ ଥିବାରୁ ଆଉ ଭିଡିଓ ପ୍ରୁଫ୍ ଦେଇହେବନି ।

ସେ ଆହୁରି କହିଛନ୍ତି, ତପସ୍ବିନୀ ଆଗରୁ ମିଛ କହୁଥିଲେ, ଏବେ ବି କହୁଛନ୍ତି । ତାଙ୍କ ପରିବାର ପାଖରୁ ଟଙ୍କାଟେ ନେଇନୁ କି ମାଗିନୁ । ଗୋଟେ ମିଛ ଲୁଚାଇବାକୁ ସେ ମିଛ କହି ଚାଲିଛନ୍ତି । ଭିଡିଓରେ ଆପଣମାନେ ଦେଖନ୍ତୁ ତାଙ୍କ ଆଚରଣ ଓ ଉଚ୍ଚାରଣ । ପଇସା ମାଗିବାର ଆଚରଣ ଆଗରୁ ଥିଲା ଏବେ ବି ଅଛି । ମୋ ପାଖରେ ପ୍ରମାଣ ଅଛି, ସେ ଆଉ କାହା ସହ କଥା ହେଉଥିଲେ

ମୋତେ ବଦନାମ୍ ଓ ପବ୍ଲିସିଟି ନେବାକୁ ଏମିତି କରୁଛନ୍ତି । ସେ ନିଜେ କହୁଛନ୍ତି ପରିବାରକୁ ବରବାଦ୍ କରିଦେବେ ଏବେ କରୁଛନ୍ତି ମଧ୍ୟ । ନିଜକୁ ଶିକ୍ଷିତ କହୁଛନ୍ତି, ତାଙ୍କ ମେଡିକାଲ ଏଣ୍ଟ୍ରାନ୍ସର ସ୍କୋର କାର୍ଡ ଦେଖନ୍ତୁ । ନିଜେ ବିଚାର କରନ୍ତୁ ସେ ଠିକ୍ କହୁଛନ୍ତି ନା ଭୁଲ୍ କହୁଛନ୍ତି ।

ଏହାସହ ଅଡିଓ ମାଧ୍ୟରେ ସେ ଡିମ୍ପଲଙ୍କୁ ପ୍ରଶ୍ନ କରିଛନ୍ତି ଆଉ କେତେ ମିଛ କହିବେ ମ୍ୟାଡାମ୍ ? କେତେ ହାରାସ୍ କରିବେ ? ତପସ୍ବିନୀ ଯାହା କରୁଛନ୍ତି ତାହା ସମାଜକୁ ଖରାପ ମେସେଜ୍ ଦେଉଛି । କୋର୍ଟ ଓ ଆଇନର ବିରୋଧରେ କାମ କରୁଛନ୍ତି ତପସ୍ବିନୀ ।

Leave a Reply