ଚିନର ସ୍ୱାସ୍ଥ୍ୟ ଆୟୋଗର ଚେତାବନୀ ! କରୋନା ପରେ ଏ ହେଉଛି ଦ୍ୱିତୀୟ ଭାଇରସ୍

1 min read

ନୂଆଦିଲ୍ଲୀ: ଚୀନରୁ ଆସୁଛି ଆଉ ଏକ ଭାଇରସ୍ । ଚୀନର ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆଣିଛି । କହିଛି ଯେ, ପୂର୍ବ ଚିନି ପ୍ରାନ୍ତର ଜିଆଁଗସୁରେ ଏକ ବିଶେଷ ପ୍ରକାର ବାର୍ଡ ଫ୍ଲୁର ଷ୍ଟ୍ରେନ ଦ୍ୱାରା ମାନବ ସଂକ୍ରମିତ ହେଉଛି । ଏବଂ ଏହାର ପ୍ରଥମ ଘଟଣା ଏବେ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଆୟୋଗ  ନିଜର ୱେବସାଇଡର ଏକ ମନ୍ତବ୍ୟରେ H10N3 ଷ୍ଟ୍ରେନରେ ମାନବ ସଂକ୍ରମଣ ମାମଲା ସ୍ପଷ୍ଟ କରିଛି । ୱେବସାଇଡରେ କୁହାଯାଇଛି ଯେ, ଚିନର ପୂର୍ବ ପ୍ରାନ୍ତରେ ରହୁଥିବା ଜଣେ ୪୧ ବର୍ଷିୟ ପୁରୁଷଙ୍କ ଠାରେ ଏଭଳି ସଂକ୍ରମଣ ଦେଖିବାକୁ ମିଳିଛି ।

ଯଦିଓ ଚିନର ସ୍ୱାସ୍ଥ୍ୟ ଆୟୋଗ ଏହି ସଂକ୍ରମଣ ଅଧିକ ବ୍ୟାପିବନି ବୋଲି ଆଶ୍ୱାସନା ଦେଇଛି । କାରଣ ପୂର୍ବରୁ H10N3 ଷ୍ଟ୍ରେନରେ ମାନବ ସଂକ୍ରମଣର କୌଣସି ବି ଘଟଣା ସାମ୍ନାକୁ ଆସିନାହିଁ । ସେହିପରି ଚାଇନିଜ ସେଣ୍ଟର ଫର ଡିଜିଜ ଆଣ୍ଡ ପ୍ରିଭେନସନ (ସିଡିସି)  ଗତ ସପ୍ତାହରେ ସେହି ବ୍ୟକ୍ତି ଜଣଙ୍କର ରକ୍ତ ନମୁନା ପରୀକ୍ଷା କରି ଏହା H10N3 ଷ୍ଟ୍ରେନ୍ ବୋଲି ସ୍ପଷ୍ଟ କରିଥିଲା । ଏହାସହ ସ୍ଥାନୀୟ ଅଧିକାରୀମାନେ ଆକ୍ରାନ୍ତଙ୍କ ପରିବାରକୁ ଚିହ୍ନଟ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ତା ଉପରେ ନଜର ରଖିଛନ୍ତି ।

ଏହାସହ ଏହି ଭାଇରସର ପୂର୍ବ ଅନୁବଂଶିକ ସ୍ପଷ୍ଟ ହୋଇଛି । ଏହି ଭାଇରସ H10N3 ପକ୍ଷୀମୂଳକ ଭାଇରସ୍ । ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ସେହି ଅଞ୍ଚଳର ଲୋକମାନଙ୍କୁ ମୃତ କୁକୁଡ଼ାର ସଂସ୍ପର୍ଷରେ ନ ଆସିବା ସହ ଅନ୍ୟ ଜୀବିତ ପକ୍ଷୀଙ୍କ ସଂସ୍ପର୍ଷରୁ ଦୂରେଇ ରହିବା ଆବଶ୍ୟକ । ଏହାସହ ଲୋକମାନେ ନିଜର ଖାଦ୍ୟ ଏବଂ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । କେବଳ ସେତିକି ନୁହେଁ ମାସ୍କ ପିନ୍ଧିବା ସହ ଥଣ୍ଡା ବା ଜ୍ୱର ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।

ଏହାପୂର୍ବରୁ ଚିନର ପୂର୍ବ ପ୍ରାନ୍ତରେ H5N8 ଷ୍ଟ୍ରେନ ବ୍ୟାପିବାର ସୂଚନା ଦିଆଯାଇଥିଲା । କାରଣ ସେଠାକାର ପକ୍ଷୀମାନେ ହଠାତ୍ ରୋଗାଗ୍ରସ୍ତ ହୋଇପଡ଼ିଥିଲେ । ତେବେ ଏହି ଷ୍ଟ୍ରେନ ମାନବଜାତି ପାଇଁ ଏତେଟା କ୍ଷତି କାରକ ନଥିଲା ଯେତିକି କ୍ଷତିକାରକ ପକ୍ଷୀମାନଙ୍କ ପାଇଁ ଥିଲା ।

Leave a Reply