ନ୍ୟୁୟର୍କରେ ଭାରତୀୟମାନଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣା, ୫ ମୃତ

ନନ୍ଦିଘୋଷ ବ୍ୟୁରୋ ; ନ୍ୟୁୟର୍କରେ ଭାରତୀୟମାନଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟନ ବସ ଦୁର୍ଘଟଣା । ଏଥିରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଛି । ବସ ଡ୍ରାଇଭରଙ୍କ ଅନ୍ୟ ମନସ୍କ କାରଣରୁ ଦୁର୍ଘଟଣା ହୋଇଥିବା ପୋଲିସ କରିଛି । ପର୍ଯ୍ୟଟକମାନେ ନାଏଗାରା ଜଳପ୍ରପାତ ପରିଦର୍ଶନ କରି ନ୍ୟୁୟର୍କ ସହରକୁ ଫେରୁଥିବା ବେଳେ ବସ ଦୁର୍ଘଟଣା ହୋଇଥିଲା । ଜଣେ ଅଧିକାରୀଙ୍କ ଅନୁସାରେ, ମୃତକଙ୍କ ମଧ୍ୟରେ ଭାରତୀୟ, ଚୀନ୍ ଏବଂ ଫିଲିପାଇନ୍ ବଂଶୋଦ୍ଭବ ଯାତ୍ରୀ ଅଛନ୍ତି । ଆହତମାନଙ୍କ ଚିକିତ୍ସା ଲାଗି ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସର ପ୍ରଥମିକ ତଦନ୍ତରୁ କଣାପଡିଛି କି, ଡ୍ରାଇଭର ଅନ୍ୟମନସ୍କ ହେବା କାରଣରୁ ବସ ଉପରୁ ନିୟନ୍ତ୍ରଣ ହରାଇଥିଲା । ଆମେରିକା ଗଣମାଧ୍ୟମ ଅନୁସାରେ ଦୁର୍ଘଟଣା ସମୟରେ ବସରେ ୫୪ ଜଣ ଯାତ୍ରୀ ଥିଲେ । ବସ୍ଟି କାନାଡା ସୀମା ନିକଟରେ ଅବସ୍ଥିତ ପ୍ରସିଦ୍ଧ ନାଏଗାରା ଜଳପ୍ରପାତରୁ ଫେରୁଥିଲା। ଫେରୁଥିବା ସମୟରେ ପେମ୍ବ୍ରୋକ୍ ନିକଟସ୍ଥ ଏକ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା।
ରାଜ୍ୟ ରାଜ୍ୟପାଳ କ୍ୟାଥି ହୋଚୁଲ୍ କହିଛନ୍ତି ଯେ ରାଜ୍ୟ ପୋଲିସ ଓ ସ୍ଥାନୀୟ ଏଜେନ୍ସିଗୁଡ଼ିକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ନ୍ୟୁୟର୍କର ବରିଷ୍ଠ ଆମେରିକୀୟ ସେନେଟର ଚକ୍ ସୁମର ଏହି ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।