ଆଜିଠୁ ସାରା ଓଡ଼ିଶାରେ ରାତ୍ରୀକାଳୀନ କର୍ଫ୍ୟୁ: ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ

144 Imposed In Twin City With Night Curfew Cuttack And Bhubaneswar

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ  । ଏହାର ମୁକାବିଲା ପାଇଁ ସଜାଗ ହୋଇଛନ୍ତି ରାଜ୍ୟ ସରକାର  । ଆଜି ଓଡ଼ିଶାରେ ଲାଗୁ ହେବ ନାଇଟ କର୍ଫ୍ୟୁ  । ସୀମାବର୍ତ୍ତୀ ୧୦ ଜିଲ୍ଲାରେ କଟକଣା ହେବ ଅଧିକ କଡ଼ାକଡ଼ି  । ଏହି ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ବଢ଼ାଯାଇଛି  । ପୂର୍ବରୁ ରାତି ୧୦ରୁ  କଟକଣା ଆରମ୍ଭ ହେଉଥିଲା । ଆଜିଠାରୁ ସଂଧ୍ୟା ୬ଟାରୁ ସକାଳ ୫ଟା ଲଗୁ ହେବ  । ସେହିଭଳି ଏ ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଡଡାଉନ୍ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି । ଶନି ଓ ରବିବାର ହେବ ସଟଡାଉନ । ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ  । ତେବେ ଏହି ସମୟରେ ମେଡିକାଲ, ଅଗ୍ନିଶମ, ପାନୀୟଜଳ ଯୋଗାଣ, ପେଟ୍ରୋଲ, ଗ୍ୟାସ ଯୋଗାଣ ଆଦି ଜାରି ରହିବ  । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ  । ଧାର୍ମିକ ଅନୁଷ୍ଠାନରେ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ହେବ  । ହାଟ ବଜାର ପାଇଁ ମଧ୍ୟ କଟକଣା ଜାରି ହୋଇଛି  । ଦୋକାନ ମଧ୍ୟରେ ୩୦ ଫୁଟର ଦୂରତା ରହିବ  । ଗାଇଡଲାଇନ୍ ନମାନିଲେ ଦୋକାନ ଲାଇସେନ୍ସ ରଦ୍ଦ କରାଯିବ  । ବାର ଓ ରେଷ୍ଟୁରାଣ୍ଟ, ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ବ୍ୟବସାୟ କରିବେ । ଫିଲ୍ମହଲ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ପାର୍କରେ ଦୁଇ ଶହ ଜଣ ରହିପାରିବେ । ଯାତ୍ରା ଓ ଅପେରାରେ ହଜାରେ ଜଣ ଉପସ୍ଥିତ ରହିବ । ସୋମବାରଠାରୁ ରାଜ୍ୟ ବାହାରକୁ ବସ୍ ଚଳାଚଳ ବନ୍ଦ ରହିବ   । ବସ୍ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ  ।  ଟ୍ୟାକ୍ସି, ଅଟୋରେ ଦୁଇ ଜଣ ପାସେଞ୍ଜର ଯାଇପାରିବେ । ବିବାହ କାର୍ଯ୍ୟରେ ୫୦ଜଣ ଓ ଶୁଦ୍ଧିକ୍ରିୟା ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି । ବିବାହ କାର୍ଯ୍ୟରେ ପ୍ରସେସନକୁ ଅନୁମତି ମିଳିନଥିବା ବେଳେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି । ସେପଟେ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ଶନି ଓ ରବିବାର ସଟଡାଉନ ଯୋଗୁ ବନ୍ଦ ରହିବ ଟିକାକରଣ ।

Leave a Reply