ଲୀଳାଖେଳା ସାରି ନୀଳ କନ୍ଦରକୁ ବିଜେ ହେଉଛନ୍ତି ଶ୍ରୀଜିଉ, ଚାଲିଛି ଗୋଟି ପହଣ୍ଡି

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ। ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ପରେ ଆଜି ଲେଉଟିଯିବେ ନୀଳକନ୍ଦରକୁ। ରଥଯାତ୍ରା ଶେଷ କରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ। ଏଥିପାଇଁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ପହଣ୍ଡି। ରଥଯାତ୍ରାରେ ଧାଡ଼ି ପହଣ୍ଡି ହେଉଥିବା ବେଳେ ନୀଳାଦ୍ରୀବିଜେରେ ହେଉଛି ଗୋଟି ପହଣ୍ଡି। ଜଣେ ଜଣେ କରି ପହଣ୍ଡି ହୋଇ ଯିବେ ଶ୍ରୀମନ୍ଦିର ଭିତରକୁ। ସୁଦର୍ଶନଙ୍କର ପହଣ୍ଡି ସରିଥିବା ବେଳେ ଏବେ ଆରମ୍ଭ ହୋଇଛି ବଡ଼ ଭାଇଁ ବଳଭଦ୍ରଙ୍କର ପହଣ୍ଡି।

ସେପଟେ ଶ୍ରୀମନ୍ଦିରରେ ମହପ୍ରଭୁଙ୍କ ଅପେକ୍ଷାରେ ଅଛନ୍ତି ଅଭିମାନିନୀ ମହାଲକ୍ଷ୍ମୀ। ମହାପ୍ରଭୁଙ୍କ ପହଣ୍ଡି ସମୟରେ କଂସା କବାଟ କିଳି ବାଟ ଓଗାଳିବେ ଲକ୍ଷ୍ମୀ ସାଆନ୍ତାଣି। ଚାଲିବ କଥା କଟାକଟି। ପରିଶେଷରେ ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହବାହୁ।

Leave a Reply