spot_img

Latest Posts

ନିଶା ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି ନିମାପଡ଼ା, ଦିନ ଦ୍ଵିପ୍ରହରେ ଚାଲୁଛି ବ୍ରାଉନସୁଗାର ଡିଲ..

ନିମାପଡ଼ା : ନିଶା ମାଫିଆଙ୍କ କବଜାରେ ନିମାପଡ଼ା । ଦିନ ଦ୍ଵିପ୍ରହରରେ ଚାଲୁଛି ଧଳା ଜହର ଡିଲ । ସଞ୍ଜ ନଇଁବା କ୍ଷଣି ବଢୁଛି ନିଶାଡିଙ୍କ ଦୌରାତ୍ମ୍ୟ । ନିଘୋଡ଼ ନିଦ୍ରାରେ ପୋଲିସ ଓ ଅବକାରୀ ବିଭାଗ । ପୁରୀ ଜିଲ୍ଲା ନିମାପଡାର ମୁଖ୍ୟ ବଜାରରୁ ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା କୁଶଭଦ୍ରା ନଦୀବନ୍ଧ, ଦୋଳବେଦୀ ଛକ ସହ ବିଭିନ୍ନ ଜନବସିତ ସ୍ଥାନରେ ନିଶାଡିଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ବିଭିନ୍ନ ଗାଁରେ  ଚୋରା ଗଞ୍ଜେଇ ସହ ମାଦକ ଦ୍ରବ୍ୟ କାରବାର ବହୁଳ ମାତ୍ରାରେ ବଢିଗଲାଣି । ନିଶା କବଳରେ ପଡି ଅନେକ ଯୁବପିଢି ଖରାପ ବାଟକୁ ଚାଲିଗଲେଣି । ନିଶା କାରବାରରେ ରୋକ ଲଗାଇବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ କଲେଣି ହେଲେ ପୋଲିସ ସେମାନଙ୍କ ଟେର ପୋଉନି । ବଡ ବଡ ମାଫିଆଙ୍କୁ ବାହାର ପୋଲିସ କିନ୍ତୁ ଗିରଫ କରୁଛି ।…

ନିଶା କାରବାର ବୃଦ୍ଧି କାରଣରୁ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଅନ୍ୟପଟେ ଅବକାରୀ ବିଭାଗର ଦୁଇ ଦୁଇଟି ଅଫିସ ଏହି ଅଞ୍ଚଳରେ ରହିଥିବା ବେଳେ ଜଣେ ଅବକାରୀ ରେଞ୍ଜ ଅଧିକାରୀ ଏବଂ ଜଣେ ଭାରପ୍ରାପ୍ତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଅଞ୍ଚଳର ଦାୟିତ୍ଵରେ ଦିଆଯାଇଛି । କିନ୍ତୁ ଅଧିକାଂଶ ସମୟରେ ସେହି ଦୁଇଟି ଅଫିସରେ ତାଲା ଝୁଲୁଛି । ଏପରିକି ନିମାପଡାକୁ ଆସିଥିବା ନୂତନ ଥାନା ଅଧିକାରୀ ଅଧିକାଂଶ ସମୟରେ ଥାନାରେ ରହୁନାହାଁନ୍ତି । ଯାହାର ସୁଯୋଗ ନେଇ ନିଶାଡି ତାଙ୍କ ଚେର ମେଲାଇବାରେ ଲାଗିଛନ୍ତି । ନିମାପଡ଼ାରୁ ବଳଙ୍ଗା, ଚରିଛକରୁ ଗୋପ ଆଦି ଅଂଚଳକୁ ଚୋରା ନିଶା କାରବାର ବ୍ୟାପିବାର ଲାଗିଛି । ଅନ୍ୟପଟେ ସିଣ୍ଡିକେଟକୁ ଠାବ କରିବା ପାଇଁ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

Latest Posts

Don't Miss