କେଦାରନାଥ ଶୁଟିଂ ସେଟରେ ଡ୍ରଗ୍ସ ନଉଥିଲେ ସାରା-ସୁଶାନ୍ତ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସେ ଡ୍ରଗ୍ସ ନେଉବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏବେ ତଦନ୍ତ ଚାଲିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏନସିବିକୁ ଦେଇଥିବା ବୟାନରେ କହିଛନ୍ତି ଯେ କେଦାରନାଥ ସୁଟିଂ ସମୟରେ ସୁଶାନ୍ତ ଏବଂ ସାରା ଏକାଠି ଡ୍ରଗ୍ସ ନେଉଥିଲେ। ତେବେ ଏନେଇ କେଦାରନାଥରେ ସୁଶାନ୍ତଙ୍କ ସହ କାମ କରିଥିବା ଅଭିନେତା ନୀତୀଶ ଭରଦ୍ୱାଜଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ସାକ୍ଷାତକାରରେ ନୀତୀଶଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା ।

ତେବେ ଏନେଇ ନୀତୀଶ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁସାରେ ଗୋଟିଏ ଦିନ ପୂଜା ଗୌର ନିତିଶଙ୍କୁ ଇଣ୍ଡଷ୍ଟ୍ରିର ମାହୋଲ ବିଷୟରେ ଅନେକ କଥା କହୁଥିଲେ। ତା’ପରେ ଡ୍ରଗ୍ସର ବିଷୟ ହୋଇଥିଲା। ଏହା ପରେ ସାରା ତାଙ୍କୁ କହିଥିଲେ ଯେ, ସେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ସମସ୍ୟା ବିଷୟରେ ଅନେକ କଥା ଶୁଣିଛନ୍ତି। ସେହି ସମୟରେ ନିତିଶ ସାରାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଏହାସବୁ ମାମଲାଠୁ ଦୂରାଇ ରହିବା ପାଇଁ ଉପଦେଶ ଦେଇଥିଲେ ।

ଏହା ପରେ ସାରା ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସେ କେବେବି ଡ୍ରଗ୍ସକୁ ହାତ ମାରିନାହାନ୍ତି । ନୀତୀଶ କହିଛନ୍ତି ଯେ ସୁଶାନ୍ତ ଧୂମପାନ କରୁଥିଲେ। ସେ ଜଣେ ଭଲ ମଣିଷ ଥିଲେ । ଡ୍ରଗ୍ସ ଅଭ୍ୟସ୍ତ ଥିବା ବ୍ୟକ୍ତିଙ୍କର ଏଭଳି ମନୋଭାବ କେବେ ନଥାଏ । ସୁଶାନ୍ତ ଶୁଟିଂ ସେଟରେ ମଧ୍ୟ ସମସ୍ତଙ୍କ ସହ ଖୁବ ଭଲ ବ୍ୟବହାର କରନ୍ତି ବୋଲି କହିଛନ୍ତି ତାଙ୍କ ସହକର୍ମୀ । ଅଭିନେତାଙ୍କ ମୃତ୍ୟୁକୁ ବର୍ଷେ ପୁରିଲାଣି ସତ କିନ୍ତୁ ଆଜି ବି ତାଙ୍କ ମୃତ୍ୟୁ ନେଇ ସସପେନ୍ସ ଜାରି ରହିଛି । ଏହି ମାମଲର କଡ଼ାକଡ଼ି ଯାଞ୍ଚ କରୁଛି ଏନସିବି ।

Leave a Reply