ବାବୁଙ୍କ ଭୁଲ ଯୋଗୁଁ ଟଙ୍କା ପାଇଲେନି ଠିକାଦାର…

1 min read

ସୁବର୍ଣ୍ଣପୁର : ଅଙ୍ଗନବାଡି କେନ୍ଦ୍ରର ର୍ନିମାଣ ପାଇଁ ମନରେଗା ଯୋଜନାରେ ୨୦୨୩-୨୪ ରେ ଟଙ୍କା ମଞ୍ଜୁର ହେଲା। ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିଥିଲା । କାମ ପାଇଁ ୩ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା ।  ଜଣେ ଠିକାଦାର ସାହାଯ୍ୟରେ କାମ ମଧ୍ୟ ବି ଶେଷ ହେଲା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ନୁଆଁପାଲି ଗାଁରେ ଏହି କାମ ସମ୍ପୁର୍ଣ୍ଣ ହୋଇଥିବା ନେଇ କନିଷ୍ଠ ଯନ୍ତ୍ରୀ ବିଲ ମଧ୍ୟ କଲେ । ହେଲେ ଟଙ୍କା ପଡିବା ପୂର୍ବରୁ କାର୍ଯ୍ୟ କୋଡକୁ ର୍ପୂବରୁ ସମ୍ପୁର୍ଣ୍ଣ ଦର୍ଶାଇ ବନ୍ଦ କରିଦେଲେ ବିଡ଼ିଓ ମହାଶୟ । ଯାହା ଫଳରେ ଆଉ ଟଙ୍କା ପାଇ ପାରିଲେନି ଠିକାଦାର ।

କେବଳ ଗୋଟିଏ ନୁହେଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିଡ଼ିଓ ଏଭଳି କରିଥିବା ଅଭିଯୋଗ ହୋଇଛି । କେବଳ ୨୭ ହଜାର ଟଙ୍କା ଶ୍ରମିକ ବାବଦରେ ପଡିଛି ।  ବାକି ଟଙ୍କା ପଡିବା ପୂର୍ବରୁ କାହିଁକି ବନ୍ଦ କରିଦେଲେ ଫାଇଲ ବିଡ଼ିଓ  ? ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କରିଛନ୍ତି ଠିକାଦାର । ଅନ୍ୟପଟେ ତରଭା ବିଡ଼ିଓ କ୍ୟାମେରା ଆଗରେ ମୁହଁ ଖୋଲି ନଥିବାବେଳେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସରକାରୀ ବାବୁଙ୍କ ମନମୁଖୀ କାମ ଯୋଗୁଁ କାମ କରି ଟଙ୍କା ପାଇଲେନି ଠିକାଦାର । ତୁରନ୍ତ ଠିକାଦାର ଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଛି ।