ନୂଆ ମଡେଲ ଜେଲ ମାନୁଆଲ: ସର୍କଲ ଜେଲ୍‌ରେ ହଜାରେ, ଜିଲ୍ଲା ଜେଲ୍‌ରେ ୫୦୦ କଏଦୀ ରହିପାରିବେ

ଭୁବନେଶ୍ୱର: ଓଡିଶାରେ ଆସିଲା ନୂଆ ମଡେଲ ଜେଲ ମାନୁଆଲ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ ହେଲା ଏହି ନୂଆ ମାନୁଆଲ । ନୂଆ ମାନୁଆଲ ଆଧାରରେ ଜେଲରେ ରହୁଥିବା କଏଦୀମାନେ ପାଇବେ ଅନେକ ସୁବିଧା । ବିଭିନ୍ନ କମିଟି ଦ୍ୱାରା ଦିଆଯାଇଥିବା  ପ୍ରସ୍ତାବ ପରେ ଚଳିତ ଜେଲ ମାନୁଆଲ କାର୍ଯ୍ୟକାରୀ ହେବ। ପୂର୍ବରୁ ୧୯୪୨ ଜେଲ ମାନୁଆଲ କାର୍ଯ୍ୟ କରୁଥିଲା । ୨୦୧୬ରେ ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ନୂଆ ମାନୁଆଲ ପାଇଁ ପ୍ରସ୍ତାବ ଦେଇଥିଲା ।

ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ । ନୂଆ ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା, ମାନବାଧିକାର ଯେପରି ଅକ୍ଷୁର୍ଣ୍ଣ ରୁହେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଜେଲ୍‌ରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ୍ ପରିଚାଳନାକୁ ବି ଗୁରୁତ୍ୱ ଦିଆଯାଇଛି । ସର୍କଲ ଜେଲ୍‌ରେ ହଜାରେ, ଜିଲ୍ଲା ଜେଲ୍‌ରେ ୫୦୦ କଏଦୀ ରହିପାରିବେ । ସବ୍ ଜେଲ୍‌ରେ ୩୦୦ କଏଦୀଙ୍କ ରହିବା ନେଇ ମାନୁଆଲ୍‌ରେ ବ୍ୟବସ୍ଥା ହୋଇଛି । ଦୋଷୀ କଏଦୀଙ୍କୁ ମାସରେ ୨ ଥର ସାକ୍ଷାତକାର ଦେବାକୁ ଅନୁମତି ମିଳିଛି ।

Leave a Reply