ପାକିସ୍ତାନ ଜେଲରେ ବିତିଲା କୋଡ଼ିଏ ବର୍ଷ, ନିଜ ରାଜ୍ୟକୁ ବାହୁଡୁଛନ୍ତି ବିରଜୁ କୁଲୁ

ରାଉରକେଲା: ବିରଜୁଙ୍କୁ ମିଳିବ ସମସ୍ତ ସରକାରୀ ସୁବିଧା । ଯୋଗାଇ ଦିଆଯିବ ଆଧାରକାର୍ଡ ଓ ପରିଚୟ ପତ୍ର । ପାକିସ୍ତାନ ଜେଲରେ ଦୀର୍ଘ ୨୦ ବର୍ଷର ବନ୍ଦୀ ପରେ ପ୍ରଶାସନ ସାହାଯ୍ୟରେ ଫେରୁଛନ୍ତି ବିରଜୁ । ବର୍ତ୍ତମାନ ବିରଜୁ ଅମୃତସରରେ ପହଞ୍ଚିଥିବା ବେଳେ ଘରକୁ ଫେରିବାର ବ୍ୟବସ୍ଥା ହୋଇଛି। ବିରଜୁଙ୍କୁ ଫେରାଇ ଆଣିବାକୁ କୁତ୍ରା ବିଡିଓ ମଦନ ସିଂଙ୍କ ସହ ଦୁଇଜଣ ଡ୍ରାଇଭର ଅମୃତସରରେ ପହଞ୍ଚିଛନ୍ତି । ଵିରଜୁ ନିଜ ଗ୍ରାମକୁ ଫେରିବା ପରେ ସମସ୍ତ ସରକାରୀ ସାହାଯ୍ୟ ଓ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି କୁତ୍ରା ବିଡିଓ ।

ଗତ ୨୫ଵର୍ଷ ତଳେ ଘରୁ ପଳାଇ ଯାଇଥିଲେ ସୁନ୍ଦରଗଡ଼ ଜଙ୍ଗରପଡ଼ା ଗାଁର ବିରଜୁ । ଘରଲୋକଙ୍କ ବହୁ ଖୋଜାଖୋଜି ପରେ ମିଳିନଥିଲା କୌଣସି ଖବର । ତେବେ ବିରଜୁ ନିଜର ଅଜାଣତରେ ସୀମା ଡେଇଁ ପାକିସ୍ତାନ ଭିତରକୁ ଚାଲିଯାଇଥିଲେ । ସେଥିପାଇଁ  ଦିର୍ଘ ୨୦ବର୍ଷ ଧରି ରହିଥିଲେ ପାକିସ୍ତାନର ଜେଲରେ। ଏବେ ୨୦ ବର୍ଷ ଜେଲରେ ରହିବା ପରେ ଭାରତ ଫେରି ଅମୃତସରରେ କ୍ୱାରେଣ୍ଟାଇନରେ ଥିଲେ । ବିରଜୁଙ୍କ ଫେରିବା ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।

Leave a Reply